କଲମପୁର ପୋଲିସର ଦବଙ୍ଗ ଗିରି । ଭିନ୍ନକ୍ଷମ କୁ ନିସ୍ତୁକ ମାଡ !!

0
290
Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରିଆ : ପୁଲିସ ବାବୁଙ୍କ ଦବଙ୍ଗଗିରି , ଛୋଟିଆ ଘଟଣା ପାଇଁ ଭିନ୍ନକ୍ଷମଙ୍କୁ ଦେଲେ ନିସ୍ତୁକ ମାଡ . ରାଜ୍ୟରେ କରୋନା ସଂକ୍ରମଣ କାୟବିସ୍ତାର କରି ଚାଲିଥିବା ବେଳେ ପୋଲିସ ଅଧିକାରୀଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନୀତ କରାଚାଲିଛି . ଏପରି ସ୍ଥିତିରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରୁ ସାମନାକୁ ଆସିଛି ଅଭାବନୀୟ ଘଟଣା . ମିଳିଥିବା ସୂଚନା ଅନୁଯାୟୀ ଜୟପାଟଣା ବ୍ଲକ ପୋଲକାମୁଣ୍ଡା ଗ୍ରାମର ରୋହିତ ବାଗ ନାମକ ଦିବ୍ୟଙ୍ଗ ଯୁବକ ଜନେକ ବ୍ୟକ୍ତି ସହ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଏହି ସମୟରେ କଲମପୁର ଫାଣ୍ଡି ଅଧିକାରୀ ରାସ୍ତାରେ ମାକ୍ସ ଚେକିଙ୍ଗ କରୁଥିଲେ . ତେବେ ଚେକିଙ୍ଗ ସ୍ଥାନରୁ ବାଇକ ଟିକିଏ ଆଗକୁ ଗଡି ଯିବାରୁ ଫାଣ୍ଡି ଅଧିକାରୀ ଦୌଡ଼ି ଯାଇ ଦିବ୍ୟ।ଙ୍ଗ ଜଣକଙ୍କ କତାହାତରେ ନିର୍ଧୁମ ପ୍ରହାର କରିଥିଲେ , ମାଡ ଖାଇ ସେ ତଳେ ପଡିଯାଇଥିଲେ ମଧ୍ୟ ତଳେ ପଡିଥିବା ଅବସ୍ଥାରେ ଫାଣ୍ଡି ଅଧିକାରୀ ତାଙ୍କୁ ଗୋଡ଼ରେ ଗୋଇଠା ମରିଥିବାର ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଦିବ୍ୟ।ଙ୍ଗ ଜଣକ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ ନେଇ ଦିବ୍ୟଙ୍ଗ ରୋହିତ ବ।ଗଙ୍କୁ ଜିଲ୍ଲା ପୁଲିସ କଣ ନ୍ୟାୟ ପ୍ରଦାନ କରୁଛି ତାହା ଦେଖିବାକୁ ବାକି .

LEAVE A REPLY

Please enter your comment!
Please enter your name here