କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା ବହୁମୂଖୀ ଇନ୍ଦ୍ରାବତୀ ପ୍ରକଳ୍ପ କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଆଣିଦେଇଛି ଖୁସି . ଏହି ପ୍ରକଳ୍ପରୁ ୧୯୯୯ରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨୦ ବର୍ଷ ପରେ ଆଜି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବତା ର ରୁପ ପାଇଛି . କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକର ବାନେର ୨୨୦ ଗ୍ରିଡକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ ମାଧ୍ୟମ ରେ ଉଦଘାଟନ କରି ଲୋକାର୍ପଣ କରିଛନ୍ତି . ଏହି ଅବସରରେ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିସାରି, ଧର୍ମଗଡ଼ ବିଧାୟକ ମୌଷଧି ବାଗ, କଳାହାଣ୍ଡି ଜିଲ୍ଲାପାଳ ଡ଼.ଗାଭଳି ପରାଗ ହର୍ଷଦ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ ସମେତ ଓଏପିସି ର ବରିଷ୍ଠ ଅଧିକାରୀ ଙ୍କ ଗହଣ ରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଙ୍ଗ ମାଧ୍ୟମ ରେ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି . କଳାହାଣ୍ଡି ବାସୀ ଙ୍କ ବହୁ ପ୍ରତିକ୍ଷିତ ଦାବି ପୂରଣ ହୋଇଥିବା ନେଇ ଜିଲ୍ଲା ବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି . ବାନେର ୨୨୦ ଗ୍ରୀଡ଼ ରୁ କୋକସରା ବ୍ଲକ ଲଡ଼ୁଗାଁ ବଡ଼କୁଟୁରୁ କୁ ପ୍ରଥମ ପର୍ଯ୍ୟାୟରେ ସଂଯୋଗ କରାଯିବ ଏବଂ ପରେ ଜିଲ୍ଲାର ଅନ୍ୟ ଅଂଚଳ କୁ ବିଦ୍ୟୁତ ସଂଯୋଗ କରାଯିବା ନେଇ ସୁଚନା ମିଲିଛି . କଳାହାଣ୍ଡି ବାସି ଙ୍କ ବହୁ ଦିନରୁ ପ୍ରତିକ୍ଷିତ ଦାବି ଆଜି ରାଜ୍ୟ ସରକାର ପୁରଣ କରିଥିବାରୁ ଜିଲ୍ଲା ବାସି ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି .
Interesting blog! Is your theme custom made or did you download it from somewhere?
A design like yours with a few simple adjustements would really make my blog jump out.
Please let me know where you got your theme. Cheers https://vanzari-parbrize.ro/parbrize/parbrize-nissan.html