ଗଜପତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା !!!

0
210

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା . ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଣି 22ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମ୍ପର୍କରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ 3 ଜଣ,ଗୁମ୍ମା ବ୍ଳକରୁ 2 ଜଣ,କାଶୀ ନଗର ବ୍ଳକରୁ 3 ଜଣ, ମୋହନା ବ୍ଳକରୁ 2ଜଣ, ରାୟଗଡ଼ ବ୍ଳକରୁ 4 ଜଣ, ନୂଆଗଡ଼ ବ୍ଲକରୁ 2 ଜଣ, ଆର.ଉଦୟ ଗିରି ବ୍ଲକରୁ 4 ଜଣ, ଗଜପତିରୁ 2 ରଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରହିବ ପାଇଁ ପରାମର୍ଶ ଦିଆଯାଇଥିବା ସମୟରେ ଅନ୍ୟ ମାନଙ୍କୁ କୋଭିଡ଼ ହସ୍ପିଟାଲ / କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here