ଵେଷ୍ଟ ଡିପ୍ଲୋମାଟ ଯୁନାଇଟେଡ଼ ନେସନ୍ସ ସିମୁଲେସନ କନଫରେନ୍ସରେ ଭାରତରୁ ପ୍ରତିନିଧିତ୍ୱ କରିବେ ସମାଜସେବୀ ଚିନ୍ମୟ ଦାଶ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୃଥିବୀର ତିନିଟି ଦେଶରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ଵେଷ୍ଟ ଡିପ୍ଲୋମାଟ ଯୁନାଇଟେଡ଼ ନେସନ୍ସ ସିମୁଲେସନ କନଫରେନ୍ସରେ ଭାରତରୁ ପ୍ରତିନିଧିତ୍ୱ କରିବେ ସମାଜସେବୀ ଚିନ୍ମୟ ଦାଶ l ସମଗ୍ର ବିଶ୍ୱର ଅଶୀଟି ଦେଶର ପ୍ରମୁଖ ସଂଗଠକ ମାନଙ୍କୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ବର୍ଷର ବିଭିନ୍ନ ସମୟରେ “ଵେଷ୍ଟ ଡିପ୍ଲୋମାଟ୍ସ ଯୁନାଇଟେଡ଼ ନେସନ୍ସ ସିମୁଲେସନ କନଫରେନ୍ସ” କାର୍ଯ୍ୟକ୍ରମ କରାଯାଇଥାଏ l ଚଳିତ ବର୍ଷ ଡିସେମ୍ବର ମାସ ରେ ଏହି କାର୍ଯ୍ୟକ୍ରମ ଇଜିପ୍ଟ ରେ ଏବଂ ଆଗାମୀ ବର୍ଷ ଜାନୁୟାରୀ ମାସରେ ମାଲୟସିୟା ଓ ମଇ ମାସରେ ଦୁବାଇରେ ହେବାକୁ ଯାଉଅଛି l ଏହି ତିନିଗୋଟି ଦେଶରେ ଆୟୋଜିତ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ବାବଲପୁର ଗ୍ରାମର ଲୋକ ସଙ୍ଗଠକ ତଥା ଯୁବ ଅଧ୍ୟାପକ ଚିନ୍ମୟ ଦାଶ ଭାରତରୁ ପ୍ରତିନିଧିତ୍ବ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ନିଜର ମାନସ ସନ୍ତାନ ଚିନ୍ମୟ ଫାଉଣ୍ଡେସନ ମାଧ୍ୟମରେ ଶ୍ରୀଯୁକ୍ତ ଦାଶ ବାବଲପୁର ନାମକ ଏକ ଅଖ୍ୟାତ ପଲ୍ଲୀରୁ ନିଜର ଅଭିଯାନ ଆରମ୍ଭ କରି ସମାଜସେବା ଓ ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ତାଙ୍କର ଏହି ସଫଳତା ପାଇଁ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା , ଗ୍ରାମବାସୀ ତଥା ଶୁଭେଛୁ ଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l

Leave a Reply

Your email address will not be published. Required fields are marked *