ଟାଙ୍ଗି ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ କମାଗୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମାତିଛି ଗୋଠଛଡା ଦନ୍ତାହାତୀ । ଗତକାଲି ବିଦ୍ୟାଳୟ ପରିସରରେ ପଶି ଗଛପତ୍ର ଧ୍ୱସ୍ତ ବିଧ୍ୱସ୍ତ କରିବା ସହ ପାଚେରୀ ମଧ୍ୟ ଭାଙ୍ଗିରୁଜି ଦେଇଛି ! ବିଦ୍ୟାଳୟ ପରିସରରେ ହାତୀ କରିଛି ବ୍ୟାପକ କ୍ଷୟକ୍ଷତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ପଞ୍ଚାୟତର ବିଭିନ୍ନ ଅଂଚଳରେ ଧାନ ଜମିରେ ପଶି ଦନ୍ତାହାତୀ ଦଳି ଚକଟି ନଷ୍ଟ କରିଛି ଏକର ଏକର ଧାନ ଫସଲ । ସ୍ଥାନୀୟ କମାଗୁରୁ ଅଞ୍ଚଳ ତଥା ପାଖା ପାଖି ଲୋକେ ଦନ୍ତାହାତୀ ଭୟରେ ଆତଙ୍କିତ । ବନବିଭାଗ ହାତୀକୁ ଜଂଗଲ ମଧ୍ୟକୁ ଘଉଡେଇବାରେ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ଜଣାପଡିଛି । କୌଣସି ଜନ ଜୀବନ କ୍ଷତି ହୋଇନାହିଁ, ଚାଷୀ ଓ ଜନଜୀବନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ଜରୁରୀ ଅଟେ । କାରଣ ବାରମ୍ବାର ବିଫଳତା ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି ।
ଟାଙ୍ଗି କମାଗୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦନ୍ତାହାତୀ ଉପଦ୍ରବ !!!

