ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ଛକ ଗଜପତି ମାର୍ଗ ଠାରେ 38 ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ବିଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ନିରାଡ଼ମ୍ବର ଭାବେ ଗଜଲକ୍ଷ୍ମୀ ପୂଜା ହୋଇଥିଲା । ଚଳିତ ବର୍ଷ ପାଗ ଯଦି ଅନୁକୂଳ ରହେ ମାଆଙ୍କ ପୂଜା ଯାକଜକମରେ କରିବା ପାଇଁ କମିଟି ପ୍ରସ୍ତୁତ ହୋଇ ରହିଛି । ବିଭିନ୍ନ ସଂ।ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଅଛି । ଗୁରୁବାର ଦିନ ଅନ୍ନ ପ୍ରସାଦ ସେବନ ଓ ଦୀପ ମହାଯଜ୍ଞ କାର୍ଯ୍ୟକ୍ରମ ରହିଛି । ଏପରିକି ଭଷାଣି ଉତ୍ସବ ଧୁମଧାମରେ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ସନ୍ଧ୍ୟା ସମୟରେ ମାଆ ଙ୍କ ଦର୍ଶନ ସକାଶେ ଭିଡ଼ ଜମୁଛି । ଆଲୋକ ସଜ୍ଜାରେ ସହର ଝଲସି ଉଠୁଛି । ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ମୁତୟନ କରାଯାଇଛି ।
ପାରଳାରେ 38 ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ !!!

