କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କମିଶନରେଟ ପୁଲିସ ତରଫରୁ ପ୍ରଶଂସିତ ହେଲେ କଳାପଥର ଗ୍ରାମର ଦିଲ୍ଲିପ କୁମାର ରଣା ! ଭୁବନେଶ୍ବର କମିସନରେଟ ପୋଲିସ ହାତରେ ଗତକାଲି ଗୋଟେ ଏୟାର ବ୍ୟାଗରେ ଥିବା ଆପଲ ଫୋନ ସହିତ ଲାପଟକକୁ ହସ୍ତଗତ କରାଇଥିଲେ ବୈଦେଶ୍ବର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ଦିଲ୍ଲିପ କୁମାର ରଣା । ବରମୁଣ୍ତାରୁ ବ୍ୟାଗଟିକୁ ଦିଲ୍ଲିପ କୁମାର ପାଇଲା ପରେ ପୋଲିସ୍ କୁ ସଂଗେସଂଗେ ଦେଇଥିଲେ । ଭୁବନେଶ୍ବର ଡିସିପି ଅଫିସିରୁ ତତକ୍ଷଣାତ ସାମାଜିକ ଗଣମାଧ୍ୟମରେ ଟୁଇଟ୍ କରାଯାଇଥିଲା । ଯାହା ଫଳରେ ହଜିଥିବା ଦାମି ଜିନିଷ ଗୁଡିକୁ ଉପଯୁକ୍ତ ପ୍ରମାଣ ଦେଖାଇ ଲୋକଟି ସହଜରେ ନିଜ ଜିନିଷକୁ ଗ୍ରହଣ କରିଥିଲେ ।ଏବେବି ମାନବିକତା ବଂଚି ରହିଛି । ବାଙ୍କୀ ମାଟିର ପୁଅ ଦିଲ୍ଲିପ କୁମାରଂକୁ କମିସନରେଟ୍ ପୋଲିସ ତରଫରୁ ଢେର ସାରା ପ୍ରଂଶସା କରାଯାଇଛି । ଦିଲିପ ଅନ୍ୟ ମାନଂକ ପାଇଁ ଉଦାହରଣ ପାଲଟିଛନ୍ତି ।

