ଡାଳତୋଳା ରେ ମା ଗଜଲକ୍ଷ୍ମୀ ମହୋତ୍ସବ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ସ୍ଥିତ ହାଟ ପଡିଆରେ ମା ଗଜଲକ୍ଷ୍ମୀ ମହୋତ୍ସବ ବଣିକ ସଂଘ ପକ୍ଷରୁ ଆୟୋଜନ କରାଯାଇଛି । ଆଜିର ଦ୍ବିତୀୟ ସନ୍ଧ୍ୟାରେ ସମାଜସେବୀ ଭିକାରୀ ଚରଣ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ସମାଜସେବୀ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ମୁଖ୍ୟ ବକ୍ତା, ଉପାଧ୍ୟକ୍ଷ ସାବିତ୍ରୀ ମହାପାତ୍ର, ସମାଜସେବୀ ଜୟନ୍ତ କୁମାର ସାହୁ, ଦେଉଳି ସମିତି ସଭ୍ୟ ନମିତା ବେହେରା, ରାଉତପଡା ସରପଞ୍ଚ ପୁଷ୍ପଲତା ସାମନ୍ତରାୟ, ଦୁର୍ଗାପୁର ସରପଞ୍ଚ ଦେବାଶିଷ ବେହେରା, ହୀରାପୁର ସରପ୍ରଞ୍ଚ ଆରତ ମାଝୀ, ଗଡ଼ମାଣିତୀର ସରପଞ୍ଚ କରୁଣା କର ଦଳସିଂହାର, ବଜାର କମିଟିର ସଭାପତି ରୁସ୍ତମ ଖାଁ ଓ ଚଳଚ୍ଚିତ୍ର ଅଭିନେତା ତତ୍ବ ପ୍ରକାଶ ଶତପଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବ ଭାଇଚାରାର ସମ୍ପର୍କ ସୃଷ୍ଟି କରି ସମସ୍ତଙ୍କୁ ଏକ କରିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ମତ ଦେଇଥିଲେ । କାର୍ଯ୍ୟକ୍ରମକୁ ରତିକାନ୍ତ କହଲସିଂହ ସଂଯୋଜନା କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡିଶୀ ନୃତ୍ୟଶିଳ୍ପୀ ସୁଲଗ୍ନା ବେହେରା ନୃତ୍ୟ ପରିବେଷଣ କରିଥିଲେ । ସେହିପରି ପ୍ରଥମ ଦିନ ଉଦଘାଟନ ଉତ୍ସବରେ ଉପଦେଷ୍ଟା ନିରଞ୍ଜନ ସାମନ୍ତସିଂହାରଙ୍କ ସଭାପତିତ୍ବରେ ସ୍ଥାନୀୟ ସରପଞ୍ଚ ପ୍ରଭାତୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ଏଥିରେ ସମାଜସେବୀ ପଦ୍ମନାଭ ସାହୁ, ବଜାର କମିଟିର ସଭାପତି ରୁସ୍ତମ ଖାଁ, ଅମୀୟ ପଣ୍ଡା, ବିଷ୍ଣୁ ଚରଣ ସାମନ୍ତରାୟ, ଶ୍ୟାମ ସୁନ୍ଦର ଶ୍ରୀଚନ୍ଦନ, ଗଣେଶ ସାହୁ, ଜମ୍ବେଶ୍ଵର ମଙ୍ଗରାଜ, ପୂର୍ବତନ ସଭାପତି ଧୂଳିରାମ ସାହୁ, ଉପ ସଭାପତି ରବୀନ୍ଦ୍ର ମାନଧାତା, ଵଙ୍ଗିଦା ସରପଞ୍ଚ ଦିଲ୍ଲୀପ ମହାପାତ୍ର ଓ ଅନିଲ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ରତିକାନ୍ତ କହଲସିଂହ ସଂଯୋଜନା କରିଥିବା ବେଳେ ଅଭୟ ସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଶିକ୍ଷକ ଅକ୍ଷୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *