ତୃତୀୟ ଦିବସ ରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ତୃତୀୟ ଦିବସ ରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ପରିସରରେ ଚାଲୁ ରହିଛି ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ପ୍ରଥମ ପର୍ଯ୍ୟାୟରେ ଆର.ଉଦୟଗିରି ଓ ନୂଆଗଡ ବ୍ଲକ ର ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା , ଏଥିରେ ଆର.ଉଦୟଗିରି ବାଳିକା ଟିମ ୧ / ୦ ରେ ବିଜେତା ହୋଇଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ କାଶୀନଗର ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ! କିନ୍ତୁ ପ୍ରଥମେ ୧ / ୧ ଯୋଗୁ ମୀମାଂସା ହୋଇ ପାରିନଥିଲା ! ପରେ ୩ / ୦ ପେନାଲଟି ସୁଇଟ ଆଉଟ ରେ ପାରଳାଖେମୁଣ୍ଡି ପୌର ପାଳିକା ଟିମ ବିଜୟୀ ହୋଇଥିଲା ! ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ ! ଆଜିର ତୃତୀୟ ଦିବସରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପ୍ରଥମ ପର୍ଯ୍ୟାୟରେ ନୂଆଗଡ ଓ ଗୁମ୍ମା ବାଳକ ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା , ଏଥିରେ ୫ / ୦ ରେ ଗୁମ୍ମା ଟିମ ବିଜୟୀ ହୋଇଥିଲା ! ଦ୍ୱିତୀୟ ମ୍ୟାଚରେ ଗୁମ୍ମା ଓ ମୋହନା ମାଧ୍ୟ୍ୟରେ ପ୍ରତିଯୋଗିତା ହୋଇଥିଲା ।

ଆଜିର ମ୍ୟାଚ ଅବସରରେ ପାରଳାଖେମୁଣ୍ଡି ପୌର ପାଳିକା ଅଧକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତବରଡ଼ା ଉନ୍ନୀତ ଉଚ୍ଚ ବିଧ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ, ଏମ. ଏମ. ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ପ୍ରଧାନ, ଆଇ. ପି ସୁରେନ୍ଦ୍ର ପାତ୍ର , ଅମୁଲ୍ୟ ପାଣିଗ୍ରାହୀ, ଦିଲୀପ କୁମାର ବାଗସିଂ, ଲିଙ୍ଗରାଜ ସାହୁ, ଧିରେନ କୁମାର ସାମଲ, କାଳିଆ ପ୍ରଧାନ, କିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ଲିପ୍ସା ମିଶ୍ର ଓ ତାଙ୍କ ଟିମ ଫାଷ୍ଟ ଏଡ଼ ବ୍ୟବସ୍ଥା କରିଥିଲେ ।

Leave a Reply

Your email address will not be published. Required fields are marked *