କଳାପଥର ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : ବାଙ୍କୀ ନିର୍ବାଚନ ମଣ୍ଡଳୀର କଳାପଥର ଅଞ୍ଚଳଟି ଏକ ବ୍ଯବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ । ଏଠି ଆଖପାଖ ଅଞ୍ଚଳର କ୍ଷୁଦ୍ର ବ୍ଯବସାୟୀ ବିଭିନ୍ନ ସମୟରେ ବିଭିନ୍ନ ପନିପରିବା ଆଣି ବ୍ଯବସାୟ କରି ନିଜ ପରିବାରର ଭରଣପୋଷଣ କରିଥାନ୍ତି । ନିକଟରେ ବୈଦେଶ୍ୱର ଠାରେ ନିର୍ମାଣ ହୋଇଥିବା ଟି- ସେତୁ କାର୍ଯ୍ୟକ୍ଷମ ହେବାପରେ ବଡମ୍ବା ନିର୍ବାଚନ ମଣ୍ଡଳୀର ବହୁତ ବ୍ଯବସାୟୀ କଳାପଥର ଅଞ୍ଚଳକୁ ବ୍ଯବସାୟ କରିବା ନିମନ୍ତେ ଆସିବା ଦେଖିବାକୁ ମିଳିଛି । ହେଲେ ସବୁଠାରୁ ବଡ଼ କଥା ହେଉଛି ବାଲି ବୋଝେଇ ହାଇୱା ଯାତାୟାତକୁ ନେଇ ରାସ୍ତା ଉପରେ ବଡବଡ ଖାଲଖମା ହେବା କାରଣରୁ ଉକ୍ତ ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାର ଏପରି ଅବସ୍ଥା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏଥିସହ କଳାପଥର ବୈଦେଶ୍ୱର ରାସ୍ତାରେ ପ୍ରତେକ ଦିନ ଯିବା ଆସିବା ସମୟରେ କିଛି ନା କିଛି ଘଟଣା ଦୁର୍ଘଟଣା ମାନ ଘଟୁଛି । ଏ ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଅଭିଯୋଗ ହୋଇଥିଲେ ସୁଧା ଏପର୍ଯ୍ୟନ୍ତ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇନାହିଁ କି ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେବେ ଦୁଇ ସପ୍ତାହ ତଳେ ରାସ୍ତା ନବୀକରଣ ଶୀରୋନାମାରେ କେନ୍ଦୁପଲ୍ଲୀ ପଞ୍ଚାୟତରେ ଆୟୋଜିତ ହୋଇଥିଲା ଶୀଳାନ୍ୟାସ କାର୍ଯ୍ୟକ୍ରମ ! ଏବେ ଦେଖିବାକୁ ବାକି ରହିଲା କେବେ ଆରମ୍ଭ ହେଉଛି କାମ , ଆଉ ସୁଧୁରୁଛି ସମସ୍ୟା !