ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରାଯାଇଥିଲା । ଏହି ସଚେତନତା ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଡକ୍ଟର ପ୍ରଦୀପ କୁମାର ପାତ୍ର, ଡକ୍ଟର ଏମ୍ ଏମ୍ ଅଲ୍ଲୀ, ଡକ୍ଟର ଇନ୍ଦିରା ମହାପାତ୍ର, ଚକ୍ଷୁ ବିଶେଷଜ୍ଞ ଡକ୍ଟର ରିକି ମାନେସ୍କା , ଡକ୍ଟର ଶରତ ଚନ୍ଦ୍ର ମହାପାତ୍ର, ଡକ୍ଟର ଆନନ୍ଦ ସାମନ୍ତ ରାୟ ପ୍ରମୁଖ ମଞ୍ଚାସିନ ରହି ଏହି ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ନେତ୍ରାନନ୍ଦ ଶତପଥୀ, ଜଗଦୀଶ ପଟ୍ଟନାୟକ, ନୀଳମଣି ଗୌଡ଼, ଏ ଏନ ଏମ୍ ଟିୟୁଟର ଶ୍ରୀମତୀ ସୁଫଳା ବେହେରା, ସୁବାଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।
ଜିଲ୍ଲା ସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ ପାଳିତ !!!

