ସାପ କାମୁଡ଼ାରେ ଚାଲିଗଲା ମା ପୁଅ ଙ୍କ ଜୀବନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତରେ ଅଘଟଣ ! ସାପ କାମୁଡ଼ାରେ ଚାଲିଗଲା ମା ପୁଅ ଙ୍କ ଜୀବନ ! ସୂଚନା ଅନୁଯାୟୀ କଡମତାଲ ଗ୍ରାମରେ ଘଟିଛି ଏପରି ଘଟଣା , ଘରେ ଶୋଇଥିବା ବେଳେ ରଣା ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି । ଗ୍ରାମର ଅଜୟ କୁମାର ବଡରଇତ ଗତକାଲି ରାତିରେ ନିଜ ପତ୍ନୀ , ପୁଅ ଓ ଝିଅ ସହ ଘରେ ଶୋଇଥିଲେ । ଏହି ସମୟରେ ଦୁଇଟି ରଣା ସାପ ଘରେ ପଶି ଲଳିତା ଓ ଅମିତଙ୍କ ହାତକୁ କାମୁଡ଼ି ଦେଇଥିଲା । ଉଭୟ ଯନ୍ତ୍ରଣାରେ ଛଟପଟ ହେବାରୁ ଚିତ୍କାର ଶୁଣି ଅଜୟଙ୍କ ନିଦ ଭାଙ୍ଗିଥିଲା । ସେ ଉଠି ଦେଖିବା ବେଳେ ଘରେ ଦୁଇଟି ରଣା ସାପ ଥିବା ଜାଣିବାକୁ ପାଇଥିଲେ । ପରିବାର ଲୋକେ ତୁରନ୍ତ ମାଆ ଓ ପୁଅଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଲଳିତା ଓ ଅମିତଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ କଡମତାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି !

Leave a Reply

Your email address will not be published. Required fields are marked *