ବାଙ୍କୀର ବନ୍ୟା ପ୍ରଭାବିତ ଶୁଖୁଆଖଳାରେ ରିଲିଫ ବିତରଣ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀର ବନ୍ୟା ପ୍ରଭାବିତ ଶୁଖୁଆଖଳାରେ ରିଲିଫ ବିତରଣ ! ଡମପଡ଼ା ବ୍ଲକ ଅନ୍ତର୍ଗତ ବନ୍ୟା ପ୍ରଭାବିତ ଶିମିଳିପୁର ଗ୍ରାମ ପଂଚାୟତସ୍ଥ ଶୁଖୁଆଖଳା ଗ୍ରାମରେ ଗ୍ରାମବାସୀ ମାନଙ୍କୁ 170 ପ୍ୟାକେଟ ରିଲିଫ ପ୍ରଦାନ କରାଯାଇଥିଲା | କଟକ ଲିଙ୍କ ରୋଡ଼ ସ୍ଥିତ ଭାଇ ଭାଇ ସେବା ସଂଘ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠାନର ସମ୍ପାଦକ ସଂଗ୍ରାମ କୁମାର ଦାଶ, ସଭାପତି ଜ୍ୟୋତି ରଞ୍ଜନ ସିଂହ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ , ସମରଜିତ ସ୍ୱାଇଁ, ଅଭିଷେକ ବେହେରା, ବୃକଧର ସାହୁ, କହ୍ନେଇ ଦାଶ, ଦେବେନ୍ଦ୍ର କୁମାର ବେହେରା, ବିଭୁତି ପରିଡା, ନିରଞ୍ଜନ ବେଉରା, ପ୍ରମୁଖ ଉପସ୍ଥିତ ରହି ରିଲିଫ ବିତରଣ କରିଥିଲେ ! ସ୍ଥାନୀୟ ଗ୍ରାମ୍ୟ ୱାର୍ଡ଼ ସଭ୍ୟ ପିଣ୍ଟୁ ପିରୋଇଙ୍କ ସମେତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ | ଭାଇ ଭାଇ ସଙ୍ଘର ବନ୍ୟା ସମୟରେ ଜନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି |

Leave a Reply

Your email address will not be published. Required fields are marked *