ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ବିଶ୍ବ ହାତ ଧୁଆ ଦିବସ ପାଳନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ଵଭୂଷଣ ମହାପାତ୍ର : ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ବିଶ୍ବ ଛାତ୍ର ଦିବସ ଅବସରରେ ବିଶ୍ବ ହାତ ଧୁଆ ଦିବସ ପାଳନ ହୋଇଯାଇଛି । ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଶଙ୍ଖେଇ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିଭୁତି ଭୂଷଣ ଦଳେଇ ଯୋଗଦେଇ ହାତ ଧୋଇ ଖାଦ୍ୟ ସେବନ କରିବା ଦ୍ବାରା ବିଭିନ୍ନ ପ୍ରକାର ରୋଗକୁ ଦୂରେଇ ଦିଆଯାଇ ପାରିବ ବୋଲି କହିବା ସହିତ ହାତ କୁ କିପରି ସାତୋଟି ସୋପାନରେ ଧୁଆ ଯିବ ସେ ବିଷୟରେ ଡେମୋ କରି ବିଦ୍ଯାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେଇଥିଲେ। ହାତ ଧୋଇ ଖାଦ୍ୟ ଖାଇବା ଏକ ଭଲ ଅଭ୍ଯାସ ବୋଲି ମଞ୍ଚାସୀନ ରୋଟାରୀ କ୍ଲବ ସଭାପତି ପ୍ରବୀର କୁମାର ପୃଷ୍ଟି ଏବଂ ଆଗାମୀ ବର୍ଷର ସଭାପତି ରୋଟାରିଆନ ଆରିଫ୍ ଖାଁ ମତବ୍ୟକ୍ତ କରିଥିଲେ । ଭାରତର ପ୍ରାକ୍ତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ୍ କାଲାମ ଜନ୍ମ ଦିବସ ଏବଂ ଏହି ଦିନଟିକୁ ଭାରତରେ ବିଶ୍ବ ଛାତ୍ର ଦିବସ ଭାବେ ପାଳନ କରାଯାଉଛି ବୋଲି ବିଦ୍ଯାଳୟ ର ସଂପାଦକ ଶ୍ରୀଯୁକ୍ତ ସାହୁ ଆଲୋଚନା କରିବା ସହିତ ଡକ୍ଟର ଏପିଜେ ଅବଦୁଲ୍ କାଲାମ ଙ୍କ ଜୀବନୀ ପାଠ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ର ବରିଷ୍ଠ ସଦସ୍ଯ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସମେତ ବିଦ୍ଯାଳୟର ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ । ପରିଶେଷରେ ରୋଟାରୀ କ୍ଲବ ସଂପାଦକ ବାସୁଦେବ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *