ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ସରଳାପଦର ପୁଷ୍କରିଣୀଟି ପରିତ୍ୟକ୍ତ ଅବସ୍ଥାରେ ରହିଛି l ସୂଚନା ଥାଉକି, ଉକ୍ତ ପୁଷ୍କରିଣୀଟି କେଉଁ ଆବାହମାନ କାଳରୁ ରହିଅଛି l ଏହି ପୁଷ୍କରିଣୀ ଟି ସରଳାପଦର ଗାଁ ମୁଣ୍ଡ ଓ ପୁରୁଣା ୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ l ଉକ୍ତ ପୁଷ୍କରିଣୀରେ ଗ୍ରାମର ହଜାରରୁ ଉର୍ଦ୍ଧ ଏବଂ ବାଲୁଗାଁର ଅନେକ ବ୍ୟବସାୟୀ ଓ ଅଧିବାସୀ ମାନେ ଗାଧୋଇବା ସହ ଶୁଦ୍ଧକ୍ରିୟା ସମାପନ କରୁଥିଲେ l ବାଲୁଗାଁ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ପର୍ଯ୍ୟଟକ ମାନେ ଏହିଠାରେ ରହି ସେମାଙ୍କର ନିତ୍ୟକର୍ମ ସଂପlଦନ କରୁଥିଲେ l ଗ୍ରାମବାସୀଙ୍କର ଏହା ଏକ ଅପରିହାର୍ଯ୍ୟ ପୁଷ୍କରିଣୀ ଥିଲା l ବର୍ତ୍ତମାନ ପୁଷ୍କରିଣୀଟି ପରିତ୍ୟକ୍ତ ଅବସ୍ଥାରେ ଅଛି l ଏଥିପାଇଁ ଗ୍ରାମବାସୀ ମାନେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି l ପୁଷ୍କରିଣୀର ବର୍ତ୍ତମାନ ସ୍ଥିତି ଲୋକମାନଙ୍କ ମନରେ ଏକ ନକାରାତ୍ମକ ଭାବ ସୃଷ୍ଟି କରିବା ସଙ୍ଗେସଙ୍ଗେ ଡେଙ୍ଗୁ ମେଲେରିଆ ଭଳି ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ରହିଛି l ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସ୍ଥାନୀୟ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ ଉକ୍ତ ପୁଷ୍କରିଣୀ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଅଭିଯୋଗର ଏକ ବର୍ଷ ବିତି ଯାଇଥିଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ କିଛି ବ୍ୟବସ୍ଥା ଗ୍ରହଣ ହେଲାନାହିଁ l ଉକ୍ତ ପୁଷ୍କରିଣୀଟି ଯଥାଶୀଘ୍ର ପୁନଃଉଦ୍ଧାର ନହେଲେ ଗ୍ରାମବାସୀ ମାନେ ଆନ୍ଦୋଳନକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l
ବାଲୁଗାଁ ସରଳାପଦର ଗ୍ରାମର ଦଳ ଭର୍ତ୍ତି ପୁଷ୍କରିଣୀ ପୁନରୁଦ୍ଧାର ଦାବି !!!

