ପ୍ରେମିକ ର ବ୍ଲାକମେଲିଂ ରେ ଅତିଷ୍ଠ ହୋଇ ବିଷପାନ କରି ପ୍ରେମିକା ର ଆତ୍ମହତ୍ୟା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିରାକାରପୁର ରେ ଜଣେ କଲେଜ ପଢୁଆ ଝିଅ ଆତ୍ମହତ୍ୟା କରିଥିବାର ଜଣାଯାଇଛି । ପ୍ରେମିକ ର ବ୍ଲାକମେଲିଂ ରେ ଅସହ୍ୟ ହୋଇ ବିଷପାନ କରି ପ୍ରେମିକା ଜଣକ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ନିରାକାରପୁର ରେ ଦେଖିବା ପାଇଁ ମିଳିଛି । ନିରାକାରପୁର ଥାନା ଅଧିନସ୍ଥ ପଦ୍ମପୁର ଗ୍ରାମର ଜଣେ କଲେଜ ପଢୁଆ ଝିଅ ଏବଂ ସେହି ଅଞ୍ଚଳର ଜଣେ ସଂଖ୍ୟଲଘୁ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । କିଛି ଦିନ ପରେ ଏହି ପ୍ରେମ ସମ୍ପର୍କ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା । ଏହାକୁ ଉଭୟ ପରିବାର ବିରୋଧ କରିବା ପରେ ସମ୍ପର୍କ ବିଛେଦ ହୋଇଥିଲା । ଏହାର କିଛି ଦିନ ପରେ ସେହି ପ୍ରେମିକ ତଥା ମୁସଲମାନ ଯୁବକ ଜଣକ ପ୍ରମିକା ର ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଫଟୋ ଭାଇରାଲ୍ କରିଦେବାର ଧମକ ଦେଇ ପ୍ରେମିକା କୁ ବ୍ଲାକମେଲ୍ କରିବା ଏବଂ ପ୍ରେମିକା ପରିବାରକୁ ବିଭିନ୍ନ ଧମକ ଦେବା କାରଣରୁ ବିଚରା ପ୍ରେମିକା ଜଣକ ନିଜକୁ ଅସୁରକ୍ଷିତ ମଣି ଆତ୍ମହତ୍ୟା କରିଛି । ଆତ୍ମହତ୍ୟା ର କିଛି ସମୟ ପୂର୍ବରୁ ପ୍ରେମିକା ତଥା ପିଡୀତା ସେହି ପ୍ରେମିକ ଓ ତା’ର ପରିବାର କିଭଳି ହଇରାଣ ହରକତ କରନ୍ତି ସେ ସମ୍ପର୍କରେ ଏକ ଏତଲା ଲେଖିଥିଲେ ! ମାତ୍ର ଏତଲା ଟି ନିରାକାରପୁର ଥାନାରେ ପହଞ୍ଚିବା ପୂର୍ବରୁ ବିଷପାନ କରି ଆତ୍ମହତ୍ୟା କରିଦେଲେ ପିଡୀତା । ମୃତା ଙ୍କ ମା’ ଙ୍କର ଅଭିଯୋଗ କୁ ଭିତ୍ତି କରି ନିରାକାରପୁର ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି ଏବଂ ଏକାଧିକ ଲୋକଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଫେରାର ଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *