ଦିବଂଗତ ସାମ୍ବାଦିକ ଲକ୍ଷ୍ମୀଧର ବେହେରାଙ୍କୁ ତିନି ପ୍ରମୂଖ ରାଜନୈତିକ ଦଳର ଶ୍ରଦ୍ଧାଞ୍ଜଳୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଦିବଂଗତ ସାମ୍ବାଦିକ ତଥା ସାମାଜିକ କର୍ମୀ ଲକ୍ଷ୍ମୀଧର ବେହେରାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ ସଭା ! ସ୍ବର୍ଗତ ଲକ୍ଷ୍ମୀଧର ବେହେରା ବାଙ୍କୀ ନିର୍ବାଚନ ମଣ୍ଡଳୀ ର ଜଣେ ଜଣାଶୁଣା ରାଜନୈତିକ ବ୍ୟକ୍ତି ଥିଲେ ! ଗତ ୫ ତାରିଖରେ ତାଙ୍କର ତିରୋଧାନ ପରେ ବାଙ୍କୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା | 1997 ମସିହାରେ ପ୍ରଥମେ ଡମପଡା ଜୋନ ରୁ ଜିଲ୍ଲା ପରିଷଦ ସଦସ୍ୟ ଭାବରେ ଜନତା ଦଳ ରୁ ନିର୍ବାଚିତ ହୋଇଥିଲେ | ଦୀର୍ଘ ଦିନ ଧରି ବିଜୁ ଜନତା ଦଳରେ କାର୍ଯ୍ୟ କରିବା ପରେ 2009 ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ ! ସେ ତାଙ୍କ ଜୀବନ ରେ ସାମ୍ବାଦିକତା କରି ବାଙ୍କୀ ଅଞ୍ଚଳ ରେ ତାଙ୍କ ପରିଚୟ ସୃଷ୍ଟି କରିଥିଲେ ! ତାଙ୍କ ଏକାଦଶାହ ଅବସରରେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ସୁବାଷ ପାଢ଼ୀ, ଶ୍ୟାମସୁନ୍ଦର ସାହୁ, କାଁହୁ ଚରଣ ସିଂ, ବାଙ୍କୀ ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ରଣା, କଂଗ୍ରେସ ଦଳ ର ନେତା ଡ଼ଃ ସ୍ମୁତିରଞ୍ଜନ ଲେଙ୍କା, କଂଗ୍ରେସ ଦଳର ପୂର୍ବତନ ବିଧାୟକ ଡ଼ଃ ଦେବାଶିଷ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟ ର ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ଆଇନଜୀବି ପ୍ରଦୀପ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟି ର ନେତା ଉତ୍କଳ ମନ୍ତ୍ରୀ, ପ୍ରବଚକ ଡ଼ଃ ଗଣେଶ୍ୱର ସ୍ୱାଇଁ ଓ ସୁଶାନ୍ତ ଭଟ୍ଟ ଏହି ଭଳି ତିନୋଟି ରାଜନୈତିକ ଦଳର ବ୍ୟକ୍ତିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ! ବାଙ୍କୀ ଡମପଡା ବ୍ଲକ ଅଧକ୍ଷ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ଉତ୍କଳମଣି ମନ୍ତ୍ରୀ ସଭା ପରିଚଳନା କରିଥିଲେ |

Leave a Reply

Your email address will not be published. Required fields are marked *