କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ସମାଜସେବୀ ତପନ ମଲ୍ଲଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ତେଜୁଛି ଆନ୍ଦୋଳନ । ପାଟକୁରା ଥାନା ଅନ୍ତର୍ଗତ ମେଳକପଡା ଗ୍ରାମର ତପନ ମଲ୍ଲଙ୍କର ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା । ଏହା ମଧ୍ୟରେ ପ୍ରାୟ ଏକ ମାସ ୨୬ ଦିନ ବିତିଯାଇଥିଲେ ସୁଦ୍ଧା ତଦନ୍ତରେ ପୋଲିସର ଶୀଥିଳତା ନେଇ ଉଠୁଛି ପ୍ରଶ୍ନବାଚୀ । ପୋଲିସ ନିରପେକ୍ଷ ଭାବେ ତଦନ୍ତ କରୁନଥିବା ତପନ ମଲ୍ଲଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ତପନ ମଲ୍ଲଙ୍କ ପରିବାର ସମେତ ଗ୍ରାମବାସୀ ମାନେ ଗରଦପୁର ତହସିଲ କାର୍ଯ୍ୟାଳୟ ଆଗରେ ଧାରଣ ଦେଇଥିଲେ । ଏହାସହ ହତ୍ୟାକାରୀକୁ ୧ ମାସ ମଧ୍ୟରେ ଗିରଫ କରାନଗଲେ ଆଗାମୀ ଦିନରେ ନବୀନ ନିବାସ ସମ୍ମୁଖରେ ଧାରଣା ଦିଆଯିବା ସହ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ ଚେତାବନୀ ଦେଇଛନ୍ତି ।