୯୩୯ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଦେବଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦେବଗଡ ଜିଲ୍ଲାରେ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ । ସମଗ୍ର ବିଶ୍ୱରୁ ମହାମାରୀ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇ ନାହିଁ l ଏବେବି ଭାରତରେ ଦୈନିକ ଦୁଇ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି । ଚଳିତ ମାସର ବିଭିନ୍ନ ପାର୍ବଣର ଭିଡ଼କୁ ଆଖି ଆଗରେ ରଖି ଦେବଗଡ ଜିଲ୍ଲାର କନ୍ଧଳ ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ଫାଉଣ୍ଡେସନର ଦିନସଂଖ୍ୟା ୯୩୮ ଓ ୯୩୯ ପର୍ଯ୍ୟନ୍ତ ଦୁଇ ଦିନ ଧରି ଲୋକମାନଙ୍କୁ ସଚେତନ କରାଇବା ସହ ଓଡିଶା ସରକାରଙ୍କର କରୋନା ଗାଇଡ଼ ଲାଇନ୍ ଡିସେମ୍ବର-୩୧ ସମ୍ପର୍କରେ ଅବଗତ ଓ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏତଦ୍ଭିନ୍ନ ଲୋକମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ,ହ୍ୟାଣ୍ଡ ଗ୍ଳୋବ୍ସ ସହ ଗରିବ ଅସହାୟ ମାନଙ୍କୁ ଖାଦ୍ୟ, ବସ୍ତ୍ର ଆଦି ଯୋଗାଇ ଦିଆଯାଇଥିଲା । ବିଶେଷତଃ ରାସ୍ତା କଡର ଭିକ୍ଷୁକ ତଥା ବିଭିନ୍ନ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ନୀଳିମା ମଲ୍ଲିକ, ରଶ୍ମିତା ଜେନା, ରକି ଦାସ, ଦୁର୍ଗା ପ୍ରସାଦ ରାଉତ, ବିଶ୍ୱଜିତ ମଲ୍ଲିକ, ସତ୍ୟଜିତ ବାରିକ, ଦୀପ୍ତି ରଞ୍ଜନ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *