ବାଲୁଗାଁ ପୁଲିସ ଦ୍ୱାରା ବିଭିନ୍ନ ଅପରାଧିକ ମାମଲାରେ ୬ ଅଭିଯୁକ୍ତ ଗିରଫ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ବାବଧାନରେ ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ନେତୃତ୍ବରେ ଚଡାଉ କରାଯାଇ ଚୋରି ଓ ଲୁଟ ଆଦି ବିଭିନ୍ନ ଘଟଣାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଗତ କିଛିଦିନ ପୂର୍ବେ ଘର ପିଲର ଭାଙ୍ଗି ଉକ୍ତ ଘର ଭିତରେ ଥିବା ଲୁହା ଛଡ଼ ଚୋରି କରି ନେଇଥିବା ୨ ଜଣ ଲୁହା ବେପାରୀ ସମେତ ମୋଟ ୫ ଜଣଙ୍କୁ ସୋମବାର ଦିନ ବାଲୁଗାଁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଚୋରି କରି ନେଇଥିବା ସବୁ ଲୁହା ଛଡ଼ ଜବତ କରିବାରେ ସଫଳ ହୋଇଛି । ସେହିଭଳି ସୋମବାର ସକାଳେ ବାଲୁଗାଁ ଗୋପିନାଥପୁର ଅଞ୍ଚଳର ଜଣେ ବ୍ୟବସାୟୀ ଙ୍କ ଠାରୁ ବାଣପୁର ଅଞ୍ଚଳର ଜଣେ ଦୁର୍ବୁତ୍ତ ମୋବାଇଲ ଓ ମନିପର୍ସ ଛଡାଇ ନେଇଥିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତା ନିକଟରୁ ଗୋଟିଏ ମୋବାଇଲ ଓ ୩ ହଜାର ଟଙ୍କା ଉଦ୍ଧାର କରିବାରେ ପୋଲିସ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *