ଚିଲିକା ଆଙ୍କୁଲା ଗ୍ରାମରେ ଗୋଧାମ୍ ଗୋଶାଳାର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ଗ୍ରାମ ଠାରେ ଗୋବିନ୍ଦ ଗୋଧାମ ଗୋଶାଳା ଦ୍ଵାରା ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହାର ଲକ୍ଷ ଏଣେ ତେଣେ ବୁଲୁ ଥିବା ଗୋରୁ ଗାଈ ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ଓ ତାର ସମାଧାନ କରିବା ! ଗୋରୁ ଗାଈ ମାନଙ୍କୁ କଂସେଇ କବଳରୁ ମୁକ୍ତ କରିବା, କ୍ଷତ ବିକ୍ଷତ ଗୋରୁ ଗାଈ ମାନଙ୍କୁ ଚିକିତ୍ସା ଶିବିର ଆୟୋଜନ କରିବା । ଗୋମାତାର ସ୍ଥାନ ସ୍ୱତନ୍ତ୍ର , ତେଣୁ ଅବହେଳିତ ଗୋରୁ ଗାଈ ମାନଙ୍କୁ ଥଇଥାନ କରିବା ଅନୁଷ୍ଠାନ ଲକ୍ଷ୍ୟ ରହିବ । ଏହି ଭୂମି ପୂଜନ ଉତ୍ସବ ରେ ସମାଜସେବୀ ତଥା ବିଜୁ ଜନତା ଦଳର ମହିଳା ସଂଗଠିକା ଶ୍ରୀମତୀ ସ୍ଵାଗତିକା ଜଗଦେବ, ଜିଲ୍ଲା ପରିଷଦ ଶ୍ରୀମତୀ ମମତା ପାଇକରାୟ, ଚିଲିକା ବ୍ଲକ ବିଧାୟକ ଙ୍କ ପ୍ରତିନିଧି ଉତ୍ପଳ ପାଇକରାୟ ଓ ଆଙ୍କୁଲା ଗ୍ରାମର ଗ୍ରାମବାସୀ ଏବଂ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବଲ ଟ୍ରଷ୍ଟ ର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଗୋ ସୁରକ୍ଷା କାର୍ଯ୍ୟରେ ତଥାପି ଜନ ସାଧାରଣ ଙ୍କ ସଚେତନତା ଆବଶ୍ୟକ ହେବା ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *