ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ରେଲୱେ ଷ୍ଟେସନର ସାଇଡରନିଂ ରୁମ ରେ କାର୍ଯ୍ୟରତ ୭ ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ ଶ୍ରମିକ ମାନଙ୍କ ଧାରଣା | ଦିର୍ଘ ୧୭ ବର୍ଷ ହେବ ଏହି ରନିଂ ରୁମ୍ ରେ ଠିକା ଭାବେ ୫୨ ଜଣ ଶ୍ରମିକ ମାନେ କାର୍ଯ୍ୟ କରି ଆସୁଥିବା ବେଳେ ଗତ ୩ ମାସ ହେବ ୭ ଜଣ ଙ୍କୁ ଛଟେଇ କରାଯାଇଛି | ଶ୍ରମିକ ମାନେ ଠିକ୍ ଭାବେ ଦରମା ପାଉନଥିବା , ଇପିଏଫ୍ ଇଏସ୍ଆଇ ପାଉନଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି | ଶ୍ରମିକ ମାନଙ୍କ କଥା କେହି କିଛି କର୍ଣ୍ଣପାତ କରୁନଥିବା ବେଳେ ଶ୍ରମିକ ମାନେ ଆଜି ବାଧ୍ୟ ହୋଇ ଧାରଣାରେ ବସିଛନ୍ତି ! ଯେପର୍ଯ୍ୟନ୍ତ ୭ଜଣ ଛଟେଇ ଶ୍ରମିକଙ୍କୁ ପୂର୍ଣ୍ଣ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ଗୁଡିକ ପୁରଣ ନକରାଯାଇଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ଏପରିକି ଆତ୍ମହତ୍ୟା ପାଇଁ ପଛାଇବେ ନାହିଁ ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି ।
କାର୍ଯ୍ୟରତ ୭ ଶ୍ରମିକଙ୍କ ଛଟେଇ ପ୍ରତିବାଦରେ ଶ୍ରମିକ ମାନଙ୍କ ଧାରଣା !!!

