ଭସାଣି ଯାତ୍ରାରେ ଉନ୍ମତ୍ତ ଯୁବକଙ୍କ ଲଙ୍କା କାଣ୍ଡ : ୨ କୋର୍ଟ ଚାଲାଣ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଗଜଲକ୍ଷ୍ମୀ ଭଷାଣୀ ବେଳେ ୭ / ୮ ଜଣ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଟିଭି ରିପେୟାର ଦୋକାନରେ ପଶି ଦୋକାନୀ ଙ୍କ ସହ ଦୋକାନୀଙ୍କ ୨ ପୁଅକୁ ଆକ୍ରମଣ କରିବା ସହିତ ଦୋକାନ ରେ ଥିବା ଟିଭି କୁ ଭାଙ୍ଗିଦେଲେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ପଂଚାୟତ ରେ ଗତକାଲି ରାତିରେ ଗଜଲକ୍ଷ୍ମୀ ଭଷାଣୀ ଉତ୍ସବ ଚାଲୁଥିବା ବେଳେ ଏକ ଟିଭି ରିପେୟାର ଦୋକାନ ରେ ପଶି ଉନ୍ମତ୍ତକାଣ୍ଡ ଭିଆଇଲେ ୭ ରୁ ୮ ଜଣ ଯୁବକ । ଉନ୍ମକ୍ତ ଯୁବକ ମାନେ ଦୋକାନ ରେ ଥିବା ଟିଭି ଗୁଡ଼ିକୁ ବାଡେଇ ଭାଙ୍ଗିବା ସହିତ ଦୋକାନ ମାଲିକ ରଞ୍ଜନ ସାହୁ, ବଡ଼ପୁଅ ପୁଅ ଚନ୍ଦ୍ରଶେଖର ସାହୁ, ସାନପୁଅ ରାଜେଶ ସାହୁ ଓ ଦୋକାନୀ ଙ୍କ ସାନଭାଇ ମନୋଜ ସାହୁ ଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇ, ନିଶ୍ଚିନ୍ତକୋଇଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଭିତ୍ତି କରି ନିଶ୍ଚିନ୍ତକୋଇଲି ଥାନା ପୋଲିସ ୧୭୭ / ୨୦୨୨ ରେ କେଶ୍ କରି ୨୯୪,୩୪୧,୩୨୩,୩୨୪,୩୨୫,୪୨୭,୫୦୬ ଓ ୩୪ ଆଇପିସି ଧାରା ରେ ମାମଲା ରୁଜୁ କରି ସଂପୃକ୍ତ ଘଟଣା ରେ ୨ ଜଣ ଯୁବକ ଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଏପଟେ ଘଟଣା କୁ ରଫାଦଫା କରିବା ପାଇଁ ସ୍ଥାନୀୟ କିଛି କୁଜି ନେତା ପୀଡିତ ଦୋକାନୀ ଙ୍କ ଉପରେ ଚାପ ପକାଉଥିବା ସୂଚନା ମିଳିଛି । ସବୁଠୁ ବଡ଼ କଥା ହେଲା ଏହି ଭଷାଣୀ ଉତ୍ସବରେ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବପର ହେଉ ନଥିବା ଦେଖିବାକୁ ମିଳିଥିଲା । ଯାହାକି ପୋଲିସ ଓ ଉନ୍ମକ୍ତ ଯୁବକ ମାନଙ୍କ ସହ ଧସ୍ତାଧସ୍ତି ହେଉଥିବା ଭିଜୁଆଲ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଛି । କଟିକଟା – ଜଇପୁର ରାସ୍ତା ର ମଝିରେ ଅସୁରେଶ୍ବର ବଜାର ଟି ହୋଇଥିବାରୁ ଏହି ରାସ୍ତା ଉପରେ ବିରାଟ ପ୍ରସେସନ କରା ଯିବାରୁ ଦୀର୍ଘ ସମୟ ଧରି ଏହି ରାସ୍ତା ରେ ଲୋକ ମାନଙ୍କର ଯିବା ଆସିବା ଏକ ପ୍ରକାର ଠପ୍ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାସ୍ତା ଉପରେ ଗଜଲକ୍ଷ୍ମୀ ଭଷାଣୀ ଉତ୍ସବ ପ୍ରସେସନ କରିବା ପାଇଁ ବଜାର କମିଟି ସରକାର ଙ୍କ ଠାରୁ କୈାଣସି ଅନୁମତି ନେଇନାହିଁ । ତେବେ ଘଟଣାରେ ଅଟକ ଥିବା ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି !

Leave a Reply

Your email address will not be published. Required fields are marked *