ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳ ତରଫରୁ ଏକ ସାମୂହିକ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦଳର ସୁପ୍ରିମୋ ତଥା ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମ୍ପାଦିତ ଜନହିତକର କାର୍ଯ୍ୟ ର ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଜନ ସମ୍ପର୍କ ପଦଯାତ୍ରା ହେଉଅଛି । ବାଣପୁର ବିଜ୍ଞାପିତ ଅଞ୍ଚଳ ର ବିଷର ପାଟଣା ଛକରୁ ବାହାରି ମାଆ ଭଗବତୀ ଙ୍କ ମନ୍ଦିର ଓ ତା ପରେ ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ମାଆ ଟିକିରାଇଁ ମନ୍ଦିର ପର୍ଯ୍ୟନ୍ତ ପଦ ଯାତ୍ରା କରିଥିଲେ ଦଳୀୟ କର୍ମୀ । ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷା ଶ୍ରୀମତୀ ପ୍ରାଚୀପ୍ରଭା ସ୍ଵାଇଁ, ପୌରାଞ୍ଚଳର ବିଜେଡି ସଭାପତି ଉମାକାନ୍ତ ଲାଠୀ , ଉପ-ସଭାପତି ମିଟୁ ପ୍ରଧାନ ଓ ଦଳର ସମସ୍ତ କାଉନସିଲର ଙ୍କ ସମେତ ବରିଷ୍ଠ ସଦସ୍ୟ ସଦସ୍ୟା ସହିତ ବିପୁଳ ବିଜୁ ଜନତା ଦଳ ର କର୍ମୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *