ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ରାମସାଗର ର ବିଭିନ୍ନ କେନାଲ ଗୁଡିକ ଘାସ ଲଟା ବୁଦାରେ ପରିପୂର୍ଣ୍ଣ ହୋଇଛି । ଯାହା ଫଳରେ ଚାଷୀଙ୍କ ଜମି କୁ ଜଳ ସେଚନ ହୋଇ ପାରୁନି । କେନାଲ କୁ ସୁଇସ ଗେଟ ଦ୍ଵାରା ବନ୍ଦ କରାଯାଇଛି । ଯାହା ଫଳରେ ଚାଷି ଧାନ ଜମିକୁ ଜଳ ସେଚନ କରିବା ରେ ଅସମର୍ଥ ହେଉଛି । ବର୍ତ୍ତମାନ ଛୋଟ କିସମର ଧାନ ବାହାରୁଥିବା ବେଳେ ବଡ଼ କିସମର ଧାନ ବାହାରିବା ସମୟରେ ଜଳ ର ଆବଶ୍ୟକତା ଥିବା ସମୟରେ ଚାଷି ଜମି କୁ ଜଳ ନ ମିଳିବା ଦ୍ଵାରା ଧାନ ଫସଲ ନଷ୍ଟ ହେବା ର ସମ୍ଭାବନା ରହିଛି । କ୍ଷୁଦ୍ର ଜଳ ସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ଚାଷି ଉପକୃତ ହୋଇପାରିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।
କେନାଲ ସଫା ନ ହେବାରୁ ଚାଷୀ ପାଇ ପାରୁନି ଜମିକୁ ଜଳ !!!

