ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ୧୬ ନମ୍ବର ଜାତୀୟ ରାଜପଥ ଗୋପୀନାଥପୁର ଓଭର ବ୍ରିଜ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ଆଜି ସକାଳେ ଭୁବନେଶ୍ଵର ରୁ ବହ୍ମପୁର ଅଭିମୁଖେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ବାଲୁଗାଁ-ବାଣପୁର ୧୬ ନମ୍ବର ଜାତୀୟ ଗୋପୀନାଥପୁର ଓଭରବ୍ରିଜ ନିକଟର ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା । କାର ଟି ସଂପୂର୍ଣ୍ଣ ଭାବରେ ଭାଙ୍ଗି ନଷ୍ଟ ହୋଇଯାଇଛି । କାର ମଧ୍ୟରେ ୫ ଜଣ ଯାତ୍ରୀ ଥିବା ବେଳେ ଘଟଣା ସ୍ଥଳରେ ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଁଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ପଠେଇ ଦେଇଥିବାର ସୂଚନା ମିଳିଛି ।
ବାଲୁଗାଁ – ବାଣପୁର ୧୬ ନମ୍ବର ଜାତୀୟ ରାଜପଥ ଗୋପୀନାଥପୁର ଓଭରବ୍ରିଜ ନିକଟରେ ଦୁର୍ଘଟଣା : ୫ ଆହତ !!!

