ବାଣପୁର ଏନ୍ଏସି ବଜାର ସାହିରେ ପରିବା ଦୋକାନରେ ଅଗ୍ନିକାଣ୍ଡ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍ଏସି ବଜାର ସାହିରେ ଜଣେ ପରିବା ବ୍ୟବସାୟୀ ଙ୍କ ଦୋକାନରେ ସର୍ଟ ସର୍କିଟ ହୋଇ ନିଆଁ ଲାଗି ସମ୍ପୂର୍ଣ ଭାବରେ ଦୋକାନ ଟି ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାଣପୁର ତଳ ସାହିର ଜଗନ୍ନାଥ ପ୍ରଧାନ ଙ୍କ ପରିବା ଦୋକାନରେ ବିଦ୍ୟୁତ ଖୁଣ୍ଟରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା ! ତେବେ ସେତେବେଳକୁ ପରିବା ବ୍ୟବସାୟୀ ଜଣକ ଦୋକାନ ବନ୍ଦ କରି ଘରକୁ ପଳେଇ ଆସିଥିଲେ । କୈଣସି କାରଣ ବଶତଃ ଦୋକାନ ପାଖରେ ଥିବା ବିଦ୍ୟୁତ ଖୁଣ୍ଟରୁ ସର୍ଟ ସର୍କିଟ ହୋଇ ଦୋକାନ ରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ଏହାକୁ ଦେଖି ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କୁ ଖବର ଦେବା ସହ ବାଣପୁର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ବାଣପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ଦୋକାନ ଟି ସମ୍ପୂର୍ଣ ଭାବରେ ଜଳି ପୋଡି ନଷ୍ଟ ହୋଇଯାଇଛି ।

Leave a Reply

Your email address will not be published. Required fields are marked *