ନୟାଗଡରେ ୪ର୍ଥ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡ ଚାମ୍ପିୟାନସିପ ୨0୨୨ ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ନୂଆ ରାଜବାଟୀ କଲ୍ୟାଣୀମଣ୍ଡପ ଠାରେ ୪ ର୍ଥ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନ ସିପ ୨0୨୨ ଅନୁଷ୍ଠିତ ହୋଇ ଯାଇଛି | ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିସିପାଲିଟି ର ଅଧକ୍ଷା ନିରୁପମା ଖଟେଇ ଯୋଗଦେଇ ଟାଇକୋଣ୍ଡ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳି ମାନଙ୍କର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ | ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ଟାଇକୋଣ୍ଡ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କ ସମେତ ନୟାଗଡ ମାରସାଲ ଆର୍ଟ୍ସ ଏକାଡେମୀର ସମ୍ପାଦକ ଭବାନୀ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ |ନୟାଗଡ ଟାଇକୋଣ୍ଡ ସ୍ପୋର୍ଟ୍ସ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ଏହି ଚାମ୍ପିୟାନ ସିପରେ ଜାତୀୟ ସ୍ତରର ଗଞ୍ଜାମର ଇ. ଲଳିତ କୁମାର, ଶୁଭଶ୍ରୀ ପାଢ଼ୀ, ତେଜସ୍ବିନୀ ପାଢ଼ୀ, ପୁରୀର ଅଭିଜିତ ସାହୁ, ଆର୍ଯ୍ୟନ ନାୟକ, ପାୟଲବାଳା ଜେନା ପ୍ରମୁଖ ଜାତୀୟ ସ୍ତରର ରେଫରି ଯୋଗଦେଇ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *