ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବୁଲେଟ : ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବୁଲେଟ , ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ! ନୟାଗଡ ଜିଲ୍ଲା ନୂଆଗାଁ ଥାନା ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଆଛୁପଡା ନିକଟବର୍ତ୍ତୀ ଏକ ପୋଲ ତଳେ ଏକ ବୁଲେଟ ସହ ବାଇକ ଚାଳକ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ପୋଲ ତଳେ ଖସି ପଡିବା ଫଳରେ ବାଇକ ଚାଳକ ଜଣକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ନୂଆଗାଁ ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଚଲାଇଛି । ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲାର ଜଣେ ଯୁବକ କୌଣସି କାମରେ ଦୁଇ ଦିନ ପୂର୍ବେ ଦଶପଲ୍ଲା ଯାଇଥିଲେ । ସେଠାରେ ନିଜ କାମ ସାରି ଶନିବାର ସନ୍ଧ୍ୟା ସମୟରେ କଟକ ଅଭିମୁଖେ ବାହାରିଥିଲେ । ତେବେ ଫେରିବା ସମୟରେ ବୁଲେଟ ଚାଳକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବା ଅନୁମାନ କରାଯାଉଛି । ଏ ନେଇ ନୂଆଗାଁ ଥାନା ପୋଲିସ ମୃତକଙ୍କ ପରିବାର ସହ ଯୋଗାଯୋଗ କରିଛି । ପରିବାର ଲୋକଙ୍କ ଉପସ୍ଥିତିରେ ମୃତକଙ୍କୁ ଉଦ୍ଧାର କରାଯିବ ବୋଲି ନୂଆଗାଁ ଥାନା ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *