ସୁକିନ୍ଦା ତୃତୀୟ ଆଇଆରବି ବାଟାଲିୟନରେ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଆଜି ସମଗ୍ର ରାଜ୍ୟରେ ୬୨ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହେଉଥିବା ବେଳେ ସୁକିନ୍ଦା ଅଞ୍ଚଳରେ ଥିବା ତୃତୀୟ ଆଇଆରବି ବାଟାଲିୟନରେ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ସରକାରୀ କୋଭିଡ କଟକଣାକୁ ମାନି ବାଟାଲିୟନର ଯବାନ ଓ ମୁଖ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥି ଭାବେ ବାଟାଲିୟନ ର ଦୁର୍ଗପତି କାହ୍ନୁ ଚରଣ ହଂସଦା ଯୋଗଦେଇ ସହିଦ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ କର୍ତ୍ତବ୍ୟନିଷ୍ଠା , ତ୍ୟାଗ ଓ ବଳିଷ୍ଠ ଅବଦାନ ଏକ ମହାନ ସ୍ମୃତି ଏବଂ ଯୁବ ସମାଜ ପାଇଁ ପ୍ରେରଣାଦାୟୀ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ . ପୋଲିସ ସହିଦ ସ୍ମୃତି ଉଦ୍ଧେଶ୍ୟରେ ବାଟାଲିୟନ ପରିସରରେ ଥିବା ଯବାନ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କର ଯାଇଥିଲା ।

Leave a Reply

Your email address will not be published. Required fields are marked *