ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶ୍ୟାମା କାଳୀ ପୂଜା ଅନୁଷ୍ଠିତ ହେଉଛି । ଭାପୁର ବଜାରରେ ଅବସ୍ଥିତ ଜୟ ବଜରଙ୍ଗୀ ଅଟୋ ସଂଘ ପକ୍ଷରୁ ଶ୍ୟାମାକାଳୀ ପୂଜା ଆୟୋଜିତ ହୋଇଥିବା ବେଳେ ଏଥିରେ ୬ ମଣ୍ଡଳ ସଂକୀର୍ତ୍ତନ ମଣ୍ଡଳୀ କୋଦାପିଠା, ବେଗୁନିଆ, ଭାପୁର, ମହୁଲିଆ, ପାର୍ବତୀପୁର, ମହିଳା ଓ ପୁରୁଷ ମଣ୍ଡଳୀ ପହଁଚି ଲୋକମାନଙ୍କ ମନୋରଞ୍ଜନ କରିଥିଲେ । ସନ୍ଧ୍ୟା ସମୟରେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବଜରଙ୍ଗୀ ସଂଘର ସଭାପତି ଭଞ୍ଜ କିଶୋର ପରିଡା, ସମ୍ପାଦକ ବିଭୁତି ମହାପାତ୍ର ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ , ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂ ଓ ଯୁବ ସମାଜସେବୀ ତଥା ସାମ୍ବାଦିକ ରମେଶ ଚନ୍ଦ୍ର ବରାଡ଼ ପ୍ରମୁଖ ଯୋଗ ଦେଇଥିଲେ। ରାକମା ଓ ମାଳିବେରେଣୀ ଗ୍ରାମରେ ମଧ୍ୟ କାଳିପୂଜା ଅନୁଷ୍ଠିତ ହେଉଛି ।

