ବାଲିଯାତ୍ରା ପ୍ଲଟ ଆବଣ୍ଟନ : ଖୁଚୁରା ବେପାରୀଙ୍କ ପେଟରେ ନାତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ବାଲିଯାତ୍ରାରେ ବ୍ୟବସାୟୀଙ୍କୁ ପ୍ଲଟ ଆବଣ୍ଟନରେ ବ୍ୟାପକ ଅନିୟମିତତା ବିରୁଦ୍ଧର ସ୍ଵର ଉଠାଇଲେ ଉତ୍କଳ ସମ୍ମିଳନୀ ସଦସ୍ୟ ! ଐତିହାସିକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ଓ ନିଲାମ ପ୍ରକ୍ରିୟାକୁ ବିରୋଧ କଲେ ବ୍ୟବସାୟୀ ସଂଘ ! କଟକରେ ବାଲିଯାତ୍ରା ପାଇଁ ପ୍ଲଟ ନିଲାମି ପ୍ରକ୍ରିୟା ବେଳେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ଏହି ବାବଦରେ ଉତ୍କଳ ସମ୍ମିଳନୀ ତରଫରୁ କଟକ ନୁଆ ରାଉସାପାଟଣା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି, ଏହାର ପୁନଃ ବିଚାର କରି ନିଲାମ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଉତ୍କଳ ସମ୍ମିଳନୀ ଏହାର ଜବାବ ଦେବ ବୋଲି ପ୍ରତିକ୍ରିୟା ରଖିଛନ୍ତି । ବାଲିଯାତ୍ରାରେ ପୂର୍ବରୁ ଉତ୍କଳ ସମ୍ମିଳନୀକୁ ମଞ୍ଚ କରିବାକୁ ଅନୁମତି ଦେଇଥିଲେ ମଧ୍ୟ, ଏ ବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *