ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ରାସ୍ତା ପାର୍ଶ୍ଵ ବିଲ ଭିତରେ ଜଣେ ଯୁବକ ଙ୍କ ମୃତଦେହ ଉପରେ ବାଇକ ପଡିଥିବାର ଆଜି ସକାଳେ ମଙ୍ଗଳାଯୋଡି ଗ୍ରାମବାସୀ ମାନେ ଦେଖି ପାଇଥିଲେ । ସଙ୍ଗେ ସଙ୍ଗେ ଟାଙ୍ଗୀ ପୋଲିସ କୁ ସୂଚନା ଦେଇଥିଲେ , ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡିକାଲ କୁ ପଠେଇବା ସହିତ ତଦନ୍ତ ଜାରି ରଖିଛନ୍ତି । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳୁଛି । ମୃତ ଯୁବକ ଜଣକ ହେଉଛନ୍ତି ମଙ୍ଗଳାଯୋଡି ଗ୍ରାମର ନିହାର ଦାସ , ବୟସ ୨୪ ।
ଟାଙ୍ଗୀ ମଙ୍ଗଳାଯୋଡି ରାସ୍ତା ପାର୍ଶ୍ଵ ବିଲ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର !!!

