କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସ୍ଵାଧୀନତା ସଂଗ୍ରାମର ବୀର ପୁରୁଷ ନାରୟଣ ବୀରବର ସାମନ୍ତ ପିତା ପରମାନନ୍ଦ ଜଗଦେବ, ଗ୍ରାମ ଇନ୍ଦୁପୁର, ଜିଲ୍ଲା କେନ୍ଦ୍ରାପଡ଼ା ରେ ଜନ୍ମ ନେଇଥିବା ପ୍ରତିଭା ୧୯୨୦ ମସିହାରେ ସ୍ଵାଧୀନତା ଆନ୍ଦୋଳନ ଆଡ଼କୁ ଆକୃଷ୍ଟ ହୋଇ ପରେ ୧୯୩୦ ସାଲରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ୧୯୩୯ ଢେଙ୍କାନାଳ ପ୍ରଜା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ୧୯୪୨ ମସିହା ଭାରତଛାଡ ଆନ୍ଦୋଳନ ବେଳେ ତାଙ୍କ ନାମରେ ଗିରଫ ପରୱନା ଜାରି ହୋଇଥିଲା ତେଣୁ ସେ ଲୁଚିଛପି କାର୍ଯ୍ୟ କରିଥିଲେ । ସେ କୁଜଙ୍ଗ ଅଞ୍ଚଳର ମାଛ ଚାଷି ଓ କୃଷକ ମାନଙ୍କ ପାଇଁ ଅନେକ କାର୍ଯ୍ୟ କରିଥିଲେ । ୧୯୭୨ ସାଲରେ ସେ ବିଧାନ ସଭାର ଉପବାଚସ୍ପତି ପଦବୀରେ ଥିଲେ । ତାଙ୍କର ଏହି ଅକ୍ଷୟ କିର୍ତ୍ତୀ ଓ କୃତିକୁ ସ୍ମରଣ କରି ତାଙ୍କ ୧୨୨ ତମ ଜୟନ୍ତୀରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ପୂଜ୍ୟପୂଜା ସାଂସ୍କୃତିକ ଭବନରେ ବ୍ରାହ୍ମ ମୁହୁର୍ତରେ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରତିଷ୍ଠାନର ସମ୍ପାଦକ ସମାଜସେବୀ ତଥା ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି । ସୂଚନାଯୋଗ୍ୟ ବରେଣ୍ୟ ସାରସ୍ଵତ ସାଧକ ନାରାୟଣ ବର୍ଷକ ୧୨ ମାସ ୩୬୫ ଦିନରେ ପଡୁଥିବା ସମସ୍ତ ମହାପୁରୁଷ, ବିଭିନ୍ନ ସ୍ମରଣୀୟ ଦିବସ ଆଦି ପାଳନ କରି ସମଗ୍ର ସଦର ଅଞ୍ଚଳରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।
ମହାପୁରୁଷଙ୍କୁ ଶ୍ରଦ୍ଧାର୍ଘ୍ୟ ବାଢ଼ିଲେ ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର !!!

