ଦଶପଲ୍ଲା ସବଜେଲ୍ ରୁ ଚମ୍ପଟ ମାରିଲା କଏଦୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଦଶପଲ୍ଲା ସବ୍ ଜେଲ୍ ରୁ ଜଣେ କଏଦୀ ଫେରାର ହୋଇଯାଇଛି । ଅଭିଯୁକ୍ତ ଜଣଙ୍କ ହେଲେ ହିମାଂଶୁ ଶେଖର ନାୟକ (୩୭) । ଜେଲର ମୁଖ୍ୟ ଦରଜା ଝାଡୁ କରୁଥିବା ସମୟରେ ୱାର୍ଡର୍ କୃଷ୍ଣଚନ୍ଦ୍ର ନାୟକଙ୍କ ଦାୟିତ୍ବହୀନତା ଯୋଗୁ ଜେଲରେ ଆଜି ଏହି ଅଘଟଣ ଘଟିଛି । ହିମାଂଶୁଙ୍କ ଘର କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଗଣିଆର ଛାମୁଣ୍ଡିଆ ଅଞ୍ଚଳରେ ତାଙ୍କ ସ୍ତ୍ରୀ ଙ୍କୁ ହତ୍ୟା କରିବା ଅଭିଯୋଗରେ ଦଶପଲ୍ଲା ସବ୍ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ । ଏହି ସମ୍ପର୍କରେ ଦଶପଲ୍ଲା ସବ୍ ଜେଲର ଜେଲର୍ ମାନସ ରଞ୍ଜନ ସାମନ୍ତ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *