ଚିଲିକା ହରିପୁର ଗ୍ରାମ୍ୟ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମ୍ୟ ଜଙ୍ଗଲରେ ଆଜି ଦିନ ୧୧ଟା ସମୟରେ ପ୍ରାୟ ଏକ ବର୍ଗ କିଲୋମିଟର ପରିବ୍ୟାପ୍ତରେ ଭୟାବହ ଅଗ୍ନିକାଣ୍ଡ ଘଟିଛି | ଗ୍ରାମର କିଛି ଯୁବକ ନିଆଁ ଲାଗିବା ଦେଖି ତୁରନ୍ତ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଜଣାଇବା ସହିତ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି କରିଥିଲେ | ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ ସାହୁ, ବସନ୍ତ କୁମାର ମହାପାତ୍ର ଆଠ ଜଣ କର୍ମଚାରୀ ଓ ୨ଟି ନିଆଁଲିଭା ଗାଡ଼ିକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ | ଗ୍ରାମର ଆଉ କିଛି ସ୍ଵେଛାସେବୀ ତଥା ସୁଶାନ୍ତ ଗୁରୁ, ଶାନ୍ତନୁ ଗୁରୁ, ଶାନ୍ତନୁ ଜେନା, ଶରତ ପଟ୍ଟଯୋଶୀ, ସ୍ୱାଧୀନ ପଟ୍ଟଯୋଶୀ, ବାପି ସେଠି ଓ ଅନ୍ୟାନ୍ୟ ଯୁବକ ମାନେ ନିଆଁ ଲିଭା କାମରେ ସହଯୋଗ କରିଥିଲେ | ବନ ବିଭାଗର କର୍ମଚାରୀ ମାନେ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ ଦେଇଥିଲେ | ଖରାର ପ୍ରକୋପ ସାଙ୍ଗକୁ ଅଗ୍ନୀର ପରିବ୍ୟାପ୍ତ ଯୋଗୁଁ ଏହାକୁ ଆୟତ୍ତକୁ ଆଣିବାକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା | ଏହି ଅଗ୍ନିକାଣ୍ଡରେ ଅନେକ ବନ୍ୟ ଜୀବଜନ୍ତୁ କ୍ଷୟକ୍ଷତି ହୋଇଥିବାର ଆଶଙ୍କା ରହିଛି | ଏସବୁ ସତ୍ୱେ ନିଆଁ କେଉଁଠି ନା କେଉଁଠି ରହିଯିବାର ସମ୍ଭାବନା ରହିଛି | ବନବିଭାଗର ତୀକ୍ଷ୍ଣ ଦୃଷ୍ଟି ନ ରହିଲେ ଜଙ୍ଗଲ ଜଳି ନଷ୍ଟ ହେବା ସହିତ ଜଙ୍ଗଲରେ ଥିବା ଶହ ଶହ ବାରହା, ମୟୁର ଓ ଠେକୁଆ ଓ ଅନ୍ୟାନ୍ୟ ଜଙ୍ଗଲ ଜନ୍ତୁମାନଙ୍କ ଜୀବନ ପ୍ରତି ବିପଦ ରହିବ | ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମ୍ୟ କମିଟିର ମଧ୍ୟ ଅନେକ ଦାୟିତ୍ୱ ରହିଛି ଯାହାକି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା | ଏହି ଜଙ୍ଗଲର ବିଭିନ୍ନ ପାର୍ଶ୍ୱରେ ଜନବସତି ଥିବାରୁ ଘରଦ୍ୱାର ମଧ୍ୟ ନିଆଁରେ ଦଗ୍ଧ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ |

 

 

Leave a Reply

Your email address will not be published. Required fields are marked *