ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କୁନିକୁନି ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ସ୍ଥାନୀୟ ବାମନ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଧବାର ପୂର୍ବାହ୍ନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୋଲଗଡ ବ୍ଲକର ୧୯ ଗୋଟି ପଞ୍ଚାୟତର ୧୪ ଟି କ୍ଲଷ୍ଟର ଯଥା ବୋଲଗଡ ନୂଆ ସାହି ,ଭୀମପଡ଼ା , କଳାଙ୍ଗ ,ଅରଖ ପଲ୍ଲୀ , ଡାବରଧୁଆ , ବାଙ୍କୋଇ ଦେଶ , ଶଙ୍କରପୁର , ଗେଡିଆପଲ୍ଲୀ , ମାଣିବନ୍ଧ , ପିଚୂକୁଳି, ସାନପଦର, ଦେଉଳି , କଡବ , ସାଗରଗାଁ ପ୍ରଭୁତି କ୍ଲଷ୍ଟର ମାନଙ୍କରୁ ୩୦୧ ଜଣ ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେଥିପାଇଁ ୧୭୮ ଜଣ ଗାଇଡ୍ ଶିକ୍ଷକଙ୍କ ତତ୍ତ୍ଵାବଧାନରେ ୧୫୦ ଜଣ ଅଭିଭାବକ ଯୋଗ ଦେଇଥିଲେ । ଏହି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଦସ୍ୟା ସୁନନ୍ଦିତା ସାହୁ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ରତିକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ,ବୋଲଗଡ ସରପଞ୍ଚ ଗୀତାଞ୍ଜଳି ସାହୁ , ସମିତି ସଦସ୍ୟା ନିର୍ମଳା ପ୍ରଧାନ ,ପ୍ରଧାନ ଶିକ୍ଷକ ମାଗୁଣି ଚରଣ ପ୍ରଧାନ , ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଚରଣ ବେହେରା , ସହଗୋଷ୍ଠୀ ଶିକ୍ଷା ଅଧିକାରୀ ସିଦ୍ଧେଶ୍ୱର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଅପରାହ୍ନ ରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ଶିଶୁ ମାନେ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଙ୍କର ବୌଦ୍ଧିକ ଓ ସାଂସ୍କୃତିକ ବିକାଶ ରେ ରାଜ୍ୟ ଓ ଦେଶ ସ୍ତରରେ ନିଜର କୃତି ପ୍ରତିଭାକୁ ପ୍ରତିପାଦିତ କରିପାରିବେ ବୋଲି ଅଭିଭାଷଣରେ କହିଥିଲେ । ସମ୍ବର୍ଦ୍ଧିତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡକ୍ଟର ନିରଞ୍ଜନ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବୋଲଗଡ଼ ବ୍ଲକ୍ ଅଧ୍ୟକ୍ଷା ହୁଲାସ ପ୍ରଧାନ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧୋବେଇ ନାୟକ ,ତହସିଲଦାର ସନ୍ତୋଷିନୀ ଦାସ , ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଭିକାରୀ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅତିଥି ମାନେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ସେଥିମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତି ଯୋଗୀମାନଙ୍କୁ ଜିଲ୍ଲା ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ପାଇଁ ମନୋନୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସାଧନ କର୍ମୀ ତଥା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ । ଏହି ବ୍ଲକ୍ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ପ୍ରତିଯୋଗିତlରେ ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଭିଭିନ୍ନ ବିଭାଗ ତଥା ଡ୍ରଇଁ, ଶୃତଲିଖନ, କୁଇଜ୍, ବିତର୍କ, ପ୍ରବନ୍ଧଲିଖନ, ସୃଜନଶୀଳଲିଖନ, ବକୃତା , ସଂଗୀତ, ସୁନ୍ଦର ହସ୍ତାକ୍ଷର ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭାଗରେ ଭାଗ ନେଇଥିଲେ ! କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ ।
ବୋଲଗଡ଼ରେ ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଆୟୋଜିତ !!!

