ଚିଲିକା ବିଜେଡି ତରଫରୁ ମାନସିଂହପୁର ଠାରେ ଜନ ସମ୍ପର୍କ ପଦଯାତ୍ରା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ର ୫ନମ୍ବର ଜୋନ ମାନସିଂହପୁର ଠାରେ ଚିଲିକା ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି ! ଦଳୀୟ ସୁପ୍ରିମୋ ଙ୍କ ଆହାନ କ୍ରମେ ସମାଜସେବୀ ଓ ଖୋର୍ଦ୍ଧା ଜିଲ୍ଲା ମହିଳା ସଂଗଠିକା ଶ୍ରୀମତୀ ସ୍ଵାଗତିକା ଜଗଦେବ ଙ୍କ ନେତୃତ୍ୱ ରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହେଇଥିଲା l ଏହି ପଦଯାତ୍ରା ର ମୂଳ ଉଦେଶ୍ୟ ଶ୍ରୀ ନବୀନ ପଟନାୟକ ଙ୍କ ଜନ ହିତାଧିକାରୀ ଯୋଜନା ବିଷୟରେ ଜନ ସାଧାରଣ ଙ୍କ ପାଖରେ ପଂହଁଚିବା l ଏହି ପଦଯାତ୍ରା ରେ ଚିଲିକା ବ୍ଲକ ଏମପି ପ୍ରତିନିଧି ପ୍ରଭାସ ସୁନ୍ଦରାୟ,ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ଜିଲ୍ଲା ପରିଷଦ ଶ୍ରୀମତୀ ମମତା ପାଇକରାୟ, ପୂର୍ବତନ ଚିଲିକା ବ୍ଲକ ଅଧ୍ୟକ୍ଷ ଅଶ୍ୱନୀ କୁମାର ସେଣ, ପୂର୍ବତନ ସରପଞ୍ଚ ଅଜୟ ସାହୁ, ବିଧାୟକ ପ୍ରତିନିଧି ଉତ୍ପଳ ପାଇକରାୟ, ବାଣପୁର ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ଚିଲିକା ବ୍ଲକ ବିଜୁ ଯୁବ ଜନତା ଦଳ ଆଲୋକ ନାୟକ, ବିଜୁ ଛାତ୍ର ଜନତା ଦଳ ସେକ୍ରେଟାରୀ ନୀଲେସ ବରାଳ, ଚିଲିକା ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ବିଜେଡି ର ବହୁ କର୍ମୀ, ମହିଳା, ଛାତ୍ର, ଯୁବ ନେତା ଆଦି ଯୋଗଦେଇ ପଦଯାତ୍ରା କୁ ସଫଳ କରିଛନ୍ତି ।

 

Leave a Reply

Your email address will not be published. Required fields are marked *