କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସରକାରଙ୍କ ଅବହେଳା ତଥା ବାଲିଘାଟ ମାଲିକ ଓ ପ୍ରଶାସନିକ ଅଧିକାରୀଙ୍କ ଙ୍କ ଚୋରା ପୀରତି ଯୋଗୁଁ , ମଧୁସୂଦନ ସେତୁ ପାଲଟିଛି ଦୁର୍ଘଟଣାର ପେଣ୍ଠ ସ୍ଥଳୀ ! ବ୍ରିଜ ନିର୍ମାଣ ହେବାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ, ଲାଇଟ ନ ଲାଗିବା ଓ ବାଲି ସଫା ନହେବା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି ! ବହୁ ଅଭିଯୋଗ ସତ୍ତ୍ୱେ ସରକାର ଓ ପ୍ରଶାସନର କାର୍ଯ୍ୟପନ୍ଥା ଗ୍ରହଣ ନହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମଧୁସୂଦନ ସେତୁରେ ତୁରନ୍ତ ଆଲୋକୀକରଣ ଦାବି ରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଲଣ୍ଠନ ପ୍ରତିବାଦ । ନୂଆପାଟଣା ପାର୍ଶ୍ୱରୁ ଚାଲି ଚାଲି ସିଡିଏ ପାର୍ଶ୍ୱକୁ ଶତାଧିକ କର୍ମୀ ଓ ସଦସ୍ୟ ମାନେ ଲଣ୍ଠନ ଧରି ପ୍ରତିବାଦ କରି ଯାତ୍ରା କରିକଲେ ।
ମଧୁସୂଦନ ସେତୁ ପାଲଟିଛି ମରଣଯନ୍ତା ଓ ଦୁର୍ଘଟଣାର ପେଣ୍ଠ ସ୍ଥଳୀ !!!

