ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ୮ ଟି ବ୍ଳକରେ ଥିବା ୧୯୪ ଟି ଗ୍ରାମ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କର ଖଣ୍ଡପଡ଼ା ନିକଟ ଖଳିସାହି ତୋଟା ହନୁମାନଙ୍କ ପରିସରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚୁକ୍ତି ଭିତ୍ତିକ କର୍ମଚାରୀ ମାନଙ୍କୁ ନିୟମିତ ଘୋଷଣା କରିଛନ୍ତି ମାତ୍ର ବହୁଦିନ ରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ କରି ଆସୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏଥିରୁ ବଞ୍ଚିତ କରିବା ନେଇ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ସ୍ବଳ୍ପ ଦରମାରେ ସକାଳ ୧୦ଟା ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପଞ୍ଚାୟତର ଯାବତୀୟ କାମ କରି ଆସୁଛନ୍ତି । ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ସହ ସମାନ କାମ କୁ ସମାନ ଦରମା , ଶ୍ରମ ଓ ନିୟୋଜନ ବିଭାଗ ଦ୍ବାରା ଘୋଷଣା ଅନୁଯାୟୀ ଦୈନିକ ସର୍ବନିମ୍ନ ମଜୁରୀ, ରାଜ୍ୟ ବଜେଟ ରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି । ଯଦି ରାଜ୍ୟ ସରକାର ଏହି ସବୁ ଦାବି ପୂରଣ ନକରନ୍ତି ତେବେ ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘ ରାଜରାସ୍ତା କୁ ଓହ୍ଲେଇବ ବୋଲି ଚେତାବନୀ ଦେଇଛନ୍ତି ।
ରାଜରାସ୍ତା କୁ ଓହ୍ଲାଇବେ ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘର ସଦସ୍ୟ !!!

