ପାଞ୍ଚଗଡର ବରପୁତ୍ର କାଳିଚରଣ ଜୟସିଂହଙ୍କ ୮୦ ତମ ଜନ୍ମୋତ୍ସବ ପାଳିତ !!!

Spread the love

ବୋଲଗଡ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ବୋଲଗଡ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ସଭା ଗୃହରେ ପାଞ୍ଚଗଡର ବରପୁତ୍ର କାଳିଚରଣ ଜୟସିଂହ ଙ୍କ ୮୦ ତମ ଜନ୍ମୋତ୍ସବ ଅବସରରେ କବିତା ପାଠ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜୟସିଂହଙ୍କ ଶୁଭେଛୁ ମାନେ ଶୁଭ ମନାସୀ କବିତା ପାଠ ଉତ୍ସବ ଆରମ୍ଭ କରିଥିଲେ ! ସ୍ଥାନୀୟ ଅଞ୍ଚଳର କବି, କଳାକାର, ଲେଖକ ଓ ଶୁଭେଛୁ ମାନଙ୍କ ଦ୍ବାରା ଏହା କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ ଓ ଦୀପ ପ୍ରଜ୍ଜଳନ ପରେ ଦେଶାତ୍ମବୋଧକ ସଂଗୀତ ଗାନ ଏବଂ ସ୍ବରଚିତ କବିତା ପାଠ ଆସର ହୋଇଥିଲା । ଏହି ଉତ୍ସବରେ ସାହିତ୍ୟ ସଂସଦର ବାର୍ଷିକ ସାହିତ୍ୟ ପତ୍ରିକା “ଅନଙ୍ଗାୟନ”ର ଲୋକାର୍ପଣ ହୋଇଥିଲା । ଶ୍ରୀ ଜୟସିଂହ ଓ ତାଙ୍କ ଧର୍ମପତ୍ନୀ ସମାଜସେବୀ କୁମୁଦିନୀ ଜୟସିଂହଙ୍କ ଶୁଭେଛୁ ମାନେ ତାଙ୍କର ଜୟଗାନ କରିଥିଲେ । ଶିକ୍ଷକ ଜୀବନର ଅନୁଭୂତି , ଶିକ୍ଷାଳୟ ଖୋଲିବାର ଅନୁଭୂତି ସହ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ କରି ଅଜସ୍ର ସମ୍ମାନ ସାଂଉଟିଥିବା ଶୁଭେଛୁ ମାନଙ୍କ ଦ୍ବାରା ଉପଢୌକନ ଓ ପୂଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ । ଆୟୋଜିତ ସଭାରେ ଅନଙ୍ଗ ନରେନ୍ଦ୍ର ସାହିତ୍ୟ ସଂସଦର ସଭାପତି ସତ୍ୟବାଦୀ ବଳିଆରସିଂଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଅଧ୍ୟାପକ ରଙ୍କନିଧୀ ବଳିଆରସିଂ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି ସ୍ବାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତାଙ୍କ ବକ୍ତବ୍ଯରେ ବୋଲଗଡ ବେଗୁନିଆ ଅଞ୍ଚଳର ଶ୍ରୀ ଜୟସିଂହ ମଣି ଥିଲେ ବୋଲି ମତବ୍ଯକ୍ତ କରିଥିଲେ । ସେହିପରି ପ୍ରଫେସର ଡଃ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ପଦ୍ମନାଭ ବିଶ୍ବାଳ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ସବରେ ସମ୍ବର୍ଦ୍ଧିତ ହୋଇଥିବା ପ୍ରତିଭା ମାନେ ହେଲେ କବି ତଥା ସମାଜସେବୀ ରଘୁନାଥ ସାହୁ, କବି ତଥା ଶିକ୍ଷୟିତ୍ରୀ ଚପଳା ପଣ୍ଡା, କବି ଗୌରଚରଣ ସାମନ୍ତସିଂହାର, ସମାଜସେବୀ ଭାଗିରଥି ଦାଶ, ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରମୋଦ କୁମାର ତ୍ରିପାଠୀ, ସାମ୍ବାଦିକ ରାମ ନାରାୟଣ ଦାଶ । କାର୍ଯ୍ୟକ୍ରମ ଶେଷରେ କୋଷାଧ୍ୟକ୍ଷ ପଦ୍ମନାଭ ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *