ପଦଯାତ୍ରା ବେଳେ ପଦାରେ ପଡିଲା ଗୋଷ୍ଠୀ କନ୍ଦଳ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ସଦର ମହକୁମାରେ ବେଗୁନିଆ ଗ୍ରାମପଞ୍ଚାୟତ ବିଜେଡି ତରଫରୁ ପଞ୍ଚାୟତର ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପଦଯାତ୍ରାଟି ବେଗୁନିଆ ପୋଷ୍ଟ ଅଫିସ ଛକ ଠାରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ପାର୍କ ପର୍ଯ୍ୟନ୍ତ ଯାଇଥିଲା l ଏଥିରେ ବେଗୁନିଆ ଏବଂ ବୋଲଗଡ଼ ଅଞ୍ଚଳର ଶତାଧିକ ଲୋକ ଯୋଗଦେବା ସହ ନବୀନ ବାବୁଙ୍କର ସ୍ୱଚ୍ଛ ଶାସନ ଓ ତାଙ୍କର ସମସ୍ତ ସୁଫଳ ଯୋଜନା ବିଷୟରେ ନାରାବାଜି ଦେଇଥିଲେ l ଆଗାମୀ ଦିନରେ ଅଞ୍ଚଳର ଉନ୍ନତି ପାଇଁ ଲୋକମାନଙ୍କର ସାହାଯ୍ୟ ଓ ସହଯୋଗ ଲୋଡ଼ିଥିଲେ ଶ୍ରୀଯୁକ୍ତ ବଳିୟାରସିଂହ l ସମାନ ଢଙ୍ଗରେ ମାନ୍ୟବର ବିଧାୟକ ରାଜେନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ବେଗୁନିଆ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ଗ୍ରାମରେ ପଦଯାତ୍ରା ଆୟୋଜନ ହୋଇଥିଲା l ତେବେ ସାଧାରଣରେ ପ୍ରଶ୍ନ ଉଠୁଛି, ଯଦି ବିଜେଡିର ବେଗୁନିଆ ସଂଗଠନ ସୁଦୃଢ ଥାନ୍ତା ଏବଂ ଦଳର ସମସ୍ତ ଟାଣୁଆ ନେତା ଏକତ୍ରିତ ଥାନ୍ତେ, ତେବେ ବିଗତ ଏକମାସ ଧରି ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଶେଷଦିନରେ ବେଗୁନିଆରେ କାହିଁକି ଅନୁଷ୍ଠିତ ହେଲା ଏବଂ ବେଗୁନିଆ ସଦର ମହକୁମାକୁ ଛାଡି ବିଧାୟକ ଅନ୍ୟ ସ୍ଥାନରେ ସଭାର ଆୟୋଜନ କାହିଁକି କଲେ l ଏହା ବେଗୁନିଆରେ ବିଜେଡିର ଗୋଷ୍ଠୀ କନ୍ଦଳ ନୁହେଁତ ଆଉ କଣ ହୋଇପାରେ l ଯାହାକି ସ୍ଥାନୀୟ ରାଜନେତା ମହଲରେ ଆଲୋଚନାରେ କେନ୍ଦ୍ର ବିନ୍ଦୁ ହୋଇଛି l

Leave a Reply

Your email address will not be published. Required fields are marked *