ଗଡଗଡିଆ ଘାଟରେ ଭାସିବ ସାମାଜିକ ବାର୍ତ୍ତା ବାହାକ ”ବୋଇତ ” !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଆମ ଇତିହାସ ଆମ ସମ୍ମାନ । ଆମ ସଂସ୍କୃତି ଆମ ସମ୍ମାନ । ଆମ ମନ୍ଦିର ଆମ ସମ୍ମାନ । ଏହି ବାର୍ତ୍ତା ନେଇ ତଥା ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ରଖି, ଆଡଭାନ୍ସ ଏ ଟୁ ଜେଡ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଏକ ବାର୍ତ୍ତା ବାହକ ବୋଇତ ନିର୍ମାଣ କରି କାର୍ତ୍ତିକ ପୂର୍ଣ୍ଣିମା ପୂର୍ଣ୍ଣିମାରେ ଗଡଗଡିଆ ଘାଟରେ ଭାସାଇବେ ବୋଲି ସୁଚନା ମିଳିଛି । ଏହି ବୋଇତର ଲମ୍ବା ୧ ୫ଫୁଟ, ଚଉଡ଼ା ୪ ଫୁଟ୍ ଓ ଉଚ୍ଚତା ୧୨ ଫୁଟ । ଏହି ବୋଇତରେ କାଠ ବିଟ, ପ୍ଲାଏ, ସୋଲ, ବାଉଁଶ ଓ ରଙ୍ଗ ବ୍ୟବହାର ହୋଇଥିବା ବେଳେ , ବୋଇତଟିକୁ ୧୦ ଜଣ କାରିଗର ଓ କର୍ମୀ ମାନେ ମିଶି ନିର୍ମାଣ କରାଇଥିଲେ । ଏଥିପାଇଁ ତାଙ୍କୁ ୧୫ ଦିନ ସମୟ ଲାଗିଥିଲା ବୋଲି ସୁଚନା ଦେଇଛନ୍ତି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ବିନୟ କୁମାର ଦାସ । ବୋଇତ ଉପରେ ପୁରୀ ଜଗନ୍ନାଥ ମନ୍ଦିରର ଦୃଶ୍ୟ ଦେଖିବାକୁ ମିଳିବ । ବୋଇତ ବନ୍ଦାଣର ମହାତ୍ମ୍ୟ ଓ ଏହି ପରମ୍ପରାର ପ୍ରଚାର ପ୍ରସାର କରିବା ସହିତ, ଐତିହ୍ୟ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ପାଇଁ ଚେଷ୍ଟା ସମସ୍ତେ କରିବା ଉଚିତ ବୋଲି ମତ ପୋଷଣ କରିଛନ୍ତି ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ।

Leave a Reply

Your email address will not be published. Required fields are marked *