ବଉଳାବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ତାଲୁକ ଆଇନ ସେବା କମିଟି ର ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକ ବଉଳାବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ତାଲୁକ ଆଇନ ସେବା କମିଟି ତରଫରୁ ଆଇନ ସଚେତନତା ଏବଂ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଚିଲିକା ଅଦାଲତ ର ମାନ୍ୟବର ବିଚାରପତି ବିକାଶ ଗୋଏଲ ମହୋଦୟ ତାଲୁକ ସେବା କମିଟି ର ଅଧ୍ୟକ୍ଷ ଭାବେ ସଭାପତିତ୍ୱ କରିଥିଲେ l ଏହି ଆଇନଗତ ସଚେତନତା କାର୍ଯ୍ୟକ୍ରରେ ବାଣପୁର ଓକିଲ ସଙ୍ଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ପଟ୍ଟଯୋଶୀ , ଆଇନଜୀବୀ ଦିଲୀପ ପଟ୍ଟନାୟକ, ଚିଲିକା ଓକିଲ ସଙ୍ଘ ର ସମ୍ପାଦକ ଦେବାଶିଷ ରଥ ,ଚିଲିକା କୋର୍ଟ ର ସରକାରୀ ଓକିଲ ପ୍ରଦୀପ୍ତ ନନ୍ଦ, ଚିଲିକା ତହସିଲ ସରକାରୀ ଓକିଲ ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ନାରୀ ମାନଙ୍କ ପାଇଁ କିପରି ଆଇନ ସୁରକ୍ଷା ବ୍ୟବସ୍ଥା ଅଛି ଉକ୍ତ ବିଷୟରେ ବକ୍ତବ୍ୟ ରଖିଥିଲେ l ଆଇନଜୀବୀ ଅଶୋକ କୁମାର ଜେନା, ଖଗେଶ୍ୱର ପାତ୍ର, ଅଶୋକ ଚମ୍ପତି ଆଇନଜୀବି ତଥା ସାମ୍ବାଦିକ ପ୍ରଦ୍ୟୁଷ ଦାଶ ଏବଂ ବାଉଳାବନ୍ଧ ଗ୍ରାମ ପଂଚାୟତ ସରପଞ୍ଚ ନାରୀ ସଶକ୍ତିକରଣ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ l

Leave a Reply

Your email address will not be published. Required fields are marked *