ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ – ୨୦୨୨ ପାରଳାଖେମୁଣ୍ଡି ସ୍ଥିତ କୃଷ୍ଣଚନ୍ଦ୍ର ଗଜପତି ମହାରଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଗଜପତି ରୋମାଞ୍ଚଳ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ସୃଜନଶୀଳତା ର ବିକାଶ ଓ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ଉନ୍ମୋଚନ ପାଇଁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ମତ ଦେଇଥିଲେ । ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ଆୟୋଜିତ ଏହି ସୃଜନଶୀଳତା କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ପାଳନ କରାଯାଉଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୨ ଗୋଟି ପ୍ରତିଯୋଗିତା ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସଙ୍ଗୀତ, ସୃଜନଶୀଳ ରଚନା କାର୍ଯ୍ୟକ୍ରମ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! ଏଥିରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ! ଏଥିରେ ୧୬୧ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ସ୍ତରରୁ ଆରମ୍ଭ ହୋଇ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସମ୍ପ୍ରସାରିତ, ଏଣୁ ଜିଲ୍ଲା ସ୍ତରରେ କୃତକାର୍ଯ୍ୟ ତଥା ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଶିକ୍ଷାର୍ଥୀ ଆସନ୍ତା ୧୩ ତାରିଖ ଠାରୁ ଆୟୋଜିତ ହେବାକୁ ଥିବା ରାଜ୍ଯ ସ୍ତରୀୟ ଉତ୍ସବରେ ଭାଗ ନେବେ । ଏହି କାର୍ଯ୍ୟକ୍ରମକୁ କୃଷ୍ଣଚନ୍ଦ୍ର ଗଜପତି ମହାରଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୱାଇ ଧର୍ମ ରାଜୁ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷିୟିତ୍ରୀ, ଛାତ୍ର ଛାତ୍ରୀ, ବୁଦ୍ଧିଜିବୀ , ଅଭିବାବକ, ଗଣମାଧ୍ୟମ ପ୍ରତିନିଧି ଏବଂ କାର୍ଯ୍ୟାଳୟର କର୍ମଚରୀ ମାନେ ଉପସ୍ଥିତ ଥିଲେ ।
ଗଜପତି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୨ ଆୟୋଜିତ !!!

