କୃଷକ ସମ୍ମିଳନୀ ଆୟୋଜନ ପାଇଁ କଳାପଥର ଓଁମ ଶାନ୍ତି ଆଶ୍ରମର ପ୍ରସ୍ତୁତି ବୈଠକ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କୃଷକ ସମ୍ମିଳନୀ ଆୟୋଜନ ପାଇଁ ଓଁମ ଶାନ୍ତି ଆଶ୍ରମ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ବୈଠକ ! ଯୋଗଦେଲେ ପଚାଶ ଟି ଗାଁ ର ଚାଷୀ ସଂଗଠକ ! ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ପାଇଁ କୃଷକ ସଚେତନତା କାର୍ଯ୍ୟକ୍ରମ ଆପଣେଇଛି ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ! ଜେବିକ ପଦ୍ଧତିରେ ସବୁଜ ସାର କୁ କିଭଳି ଚାଷୀ ବ୍ୟବହାର କରି ଉନ୍ନତ କିସମର ରୋଗ ମୁକ୍ତ ଫସଲ ଅମଳ କରିପାରିବ ସେ ନେଇ କୃଷକ ସମ୍ମିଳନୀ ଆୟୋଜନ ପାଇଁ ବାଙ୍କୀ କଳାପଥର ଠାରେ ରହିଥିବା ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାଖା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି ! ଯୋଗ ଦେଲେ ପଶ୍ଚିମ ବାଙ୍କୀର ପଚାଶ ଟି ଗାଁ ର ଚାଷୀ ସଂଗଠକ ! ଲକ୍ଷ୍ୟ ରହିଛି ଆଗାମୀ ଡିସେମ୍ବର ୨୫ ରେ ଆଶ୍ରମର ୨୩ ତମ ବାର୍ଷିକ ଉତ୍ସବ ସହିତ ୭୫ ତମ ଅମୃତ ମହୋତ୍ସବ ଅବସରରେ ଏକ ବିଶାଳ କୃଷକ ସମାବେଶ ଆୟୋଜନ ! ଯେଉଁ ସମାବେଶ ରେ ୫ ହଜାର ଚାଷୀ ରହିବେ ଉପସ୍ଥିତ ! ଯାହାକୁ ଆଖି ଆଗରେ ରଖି ପୂର୍ବ ପ୍ରସ୍ତୁତି ବୈଠକ ଆଶ୍ରମର ମୁଖ୍ୟ ପରିଚାଳିକା ବ୍ରହ୍ମ କୁମାରୀ ଯାଜ୍ଞସେନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ! ଏହି ଚାଷୀ ସମାବେଶ ର ମୁଖ୍ୟ ଆଭିମୁଖ୍ୟ ରହିଛି କିଭଳି ଚାଷୀ ପୁଅ ସାର ପିଡିଆ ଠାରୁ ଉର୍ଦ୍ଧରେ ରହି ଜୈବିକ ପଦ୍ଧତିରେ ନିଜର ଚାଷ କାର୍ଯ୍ୟ ଆଧ୍ୟାତ୍ମିକତା ବାତାବରଣ ମଧ୍ୟରେ ସମ୍ପନ୍ନ କରି , ଫସଲ ଅମଳ କରିପାରିବ ! ସେ ଲକ୍ଷ୍ୟ ନେଇ ଏଭଳି ଅଭିନବ ଉପାୟରେ ଅଜାଦି କା ଅମୃତ ମହୋତ୍ସବକୁ ପାଳନ କରିବ ଏହି ଆଧ୍ୟାତ୍ମିକ ଅନୁଷ୍ଠାନ !

Leave a Reply

Your email address will not be published. Required fields are marked *