ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ର ମିଳିତ ଆନୁକୂଲ୍ୟରେ ବ୍ଳକ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ବାଣପୁର ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ମିଟୁ ନାୟକ , ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଉଦ୍ଦଘାଟନ କରିଥିବା ବେଳେ ଏହି ଶିବିରରେ ପ୍ରାୟ ୩୬୮ ଜଣ ଭିନ୍ନକ୍ଷମ ନିଜର ନାମ ପଞ୍ଜିକୃତ କରିଥିଲେ ! ପ୍ରମାଣପତ୍ର ନିମନ୍ତେ ଅନ୍ଲାଇନରେ ଆବେଦନ କରିଥିବା କାଗଜପତ୍ରର ଅବିକଳ ନକଲ ତଦନ୍ତ ନିମନ୍ତେ ଅଧିକାରୀ ମାନଙ୍କ ପାର୍ଶ୍ଵ ରେ ଦାଖଲ କରିଥିଲେ । ଏହି ଭିନ୍ନକ୍ଷମ ଶିବିରକୁ ଚାରୋଟି ବିଭାଗରେ ବିଭକ୍ତ କରାଯାଇଥିବା ବେଳେ , ଏଥିରେ ଶାରୀରିକ ବିକଳାଙ୍ଗ ବିଭାଗରେ ୧୭୫ ଜଣ , ଦୃଷ୍ଟିଶକ୍ତି ବିଭାଗରେ ୫୪ଜଣ , ମୁକବଧିର ବିଭାଗରେ ୭୪ ଜଣ ଓ ମସ୍ତିଷ୍କ ବିଭାଗରେ ପ୍ରାୟ ୬୫ଜଣ ଭିନ୍ନକ୍ଷମ ପ୍ରମାଣପତ୍ର ନିମନ୍ତେ ଆବେଦନ କରିଥିଲେ ।