ଚିଲିକା ଉଚ୍ଚ ବିଦ୍ୟାଳୟର ଉଦଘାଟନ ସରିଛି : ହେଲେ ସ୍କୁଲ ଗେଟ ଅଧା ପନ୍ତରିଆ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧୀନରେ ଥିବା ବଡକୁଳ ପଞ୍ଚାୟତରେ ଥିବା ଚିଲିକା ଉଚ୍ଚ ବିଦ୍ୟାଳୟ ଟି ଫାଇଭ ଟି ସଚିବଙ୍କ ଦ୍ୱାରା ଉଦଘାଟନ ହେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍କୁଲ ର କାମ ଅଧାପନ୍ତରିଆ ହୋଇ ପଡି ରହିଛି ! ନାମକୁ ମାତ୍ର ସ୍ମାର୍ଟ ସ୍କୁଲ କାମ , ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି l ପ୍ରଥମେ ପ୍ରବେଶ ଦ୍ୱାର ଗେଟ ରେ ମାର୍ବଲ ଛପା ହୋଇଛି , କିନ୍ତୁ ସ୍କୁଲ ର ନାମ କିଛି ଲେଖା ହୋଇନାହିଁ l ଯଦି ବଡକୁଳ ଉଚ୍ଚ ବିଦ୍ୟାଳୟ ର ଯେତିକି ଭିତରୁ ଯିବାକୁ ଚେଷ୍ଟା କରିବେ ସେତିକି ଦୁର୍ନୀତି ର ଗନ୍ଧ ବାରି ହୋଇ ପଡିବ ! ସ୍କୁଲ କୁ ଆସିଥିବା ଟଙ୍କା ବାଟ ମlରଣା ହୋଇନି ତ, ନା ସ୍ଥାନୀୟ କୁଜିନେତା ଙ୍କ ଯୋଗୁଁ ଉନ୍ନତିରେ ବାଧା ସୃଷ୍ଟି ହେଉଛି ତାହା ମଧ୍ୟ ସନ୍ଦେହ ଘେରରେ ! ଯାହା କୁ ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି l ଓଡିଶା ସରକାର ଉନ୍ନତିକରଣ ପାଇଁ ଶିକ୍ଷା, ଶିକ୍ଷକ, ଶିକ୍ଷା ଅନୁଷ୍ଠାନ କୁ ପ୍ରାଧିକାର ଦେଉଥିବା ବେଳେ କିଏ ସେ ଦଲାଲ ଶିକ୍ଷା ଅନୁଷ୍ଠାନ ଉପରେ ନଜର ଗଡେଇ ବସିଛି , ଆଗାମୀ ଦିନରେ ଜନତା ଉଚିତ ଶିକ୍ଷା ଦେବେ ବୋଲି ବଡକୁଳ ପଞ୍ଚାୟତ ଜନସାଧାରଣ ଟୁପୁରୁ ଟାପର କଥା ହେଉଥିବା ଚାହା ଖଟି, ପାନ ଦୋକାନ, ଖେଳ ପଡିଆ ଓ ପୋଖରୀ ତୁଠ ରୁ ବାରି ହୋଇପଡୁଛି l

Leave a Reply

Your email address will not be published. Required fields are marked *