42 total views , 1 views today
ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ର ୭୦୭ ବସ୍ତି ବାସିନ୍ଦା ଙ୍କୁ ଭୂମି ଅଧିକାର ବା ଆଦର୍ଶ କଲୋନୀ ଯୋଜନାରେ ହିତାଧିକାରୀ ଭାବେ ଗ୍ରହଣ କରାଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭରଚୁଆଲ ମିଟିଙ୍ଗ ସାରା ରାଜ୍ୟ ରେ ଚାଲିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଙ୍କ ସଭାପତିତ୍ଵ ରେ ପଲଟନ ପଡିଆ ସ୍ଥିତ ସହିଦ କୃତିବାସ ଭବନ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଅଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁଙ୍କ ସମେତ ସମସ୍ତ କାଉନସିଲର ଯୋଗ ଦେଇଥିଲେ ! ଏହି ସଭାରେ ନାରୀନେତ୍ରୀ ସଂଗଠନ, ବାଣପୁର ଅଂଚଳ ର ବସ୍ତି ବାସିନ୍ଦା ଓ ବହୁତ ଜନ ସାଧାରଣ ଉପସ୍ଥିତ ଥିଲେ l ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ବସ୍ତି ବାସିନ୍ଦା ଙ୍କ ପାଇଁ ଘର ଜାଗା ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ରେ ସାହାଯ୍ୟ ସହଯୋଗ କରାଯିବା ଓ ସେମାନଙ୍କ ହକ କୁ କେହି ଛଡାଇ ପାରିବେ ନାହିଁ ବୋଲି କହିଥଲେ ।