ମା ଉଗ୍ରତାରା ପୀଠରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ଗ୍ରାମ ମା ଉଗ୍ରତାରା ପୀଠରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଗକୁ ନିର୍ବାଚନର ସରଗମ ଏବେ ଧୀରେ ଧୀରେ ଗ୍ରାମାଞ୍ଚଳରେ ମାହୋଲ ବଢ଼ିବାରେ ଲାଗିଛି । କିଏ କର୍ମୀ ସମ୍ମିଳନୀ କରୁଛି ତ , କିଏ ବୈଠକ ଦ୍ୱାରା କାର୍ଯ୍ୟକ୍ରମ କରୁଛି, ଆଉ କିଏ ବନ୍ଧୁ ମିଳନ ଭାବେ କାର୍ଯ୍ୟକ୍ରମ କରୁଛନ୍ତି । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ମା ଉଗ୍ରତାରା ନିକଟରେ ଏକ ବନ୍ଧୁ ମିଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଜି ଶତାଧିକ ଲୋକେ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ସମର୍ଥନ ବହୁତ ମିଳିଛି । ମା ଉଗ୍ରତାରା ନିକଟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଦେବରାଜ ସେନାପତିଙ୍କ ଜଣେ ସମାଜ ସେବୀ ଭାବେ କାର୍ଯ୍ୟ କରିବା ପାଇଁ ମୁଖ୍ୟ ଲକ୍ଷ ରଖି ଆଗକୁ ଆସିଛନ୍ତି । ଯାହା ଦ୍ଵାରା ୨୬ ଟି ପଞ୍ଚାୟତର ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ସମସ୍ତେ ଅଭିଭାଷଣ ରଖିବା ସହ ସାଧାରଣ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଗତ ଦିନରେ ଜଣେ ସରକାରୀ ଅଫିସର ଥିବାବେଳେ ବହୁତ ଲୋକଙ୍କ ସମସ୍ୟା ଦୂର କରିଛନ୍ତି ଦେବରାଜ ସେନାପତି । ସାଧାରଣ ଲୋକେ କହିବା କଥା ଯଦି ଦେବରାଜ ସେନାପତି ଆଗାମୀ ନିର୍ବାଚନ ପାଇଁ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଠିଆ ହୁଅନ୍ତେ ନିଶ୍ଚିତ ଲୋକଙ୍କ ହସ ଫୁଟିବ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *